ମହାରାଷ୍ଟ୍ର: ଡ୍ରାଇଭଂ ବେଳେ ଆଇପିଏଲ ମ୍ୟାଚ ଦେଖିବା ବସ୍ ଚାଳକଙ୍କ ପାଇଁ ପଡ଼ିଲା ମହଙ୍ଗା। ଭିଡ଼ିଓ ଭାଇରାଲ ପରେ ଡ୍ରାଇଭରଙ୍କୁ ହରାଇବାକୁ ପଡ଼ିଛି ଚାକିରି । ଯାତ୍ରୀଙ୍କୁ ଧରି ରାଜପଥରେ ବସଟି ୮୦ କିଲୋମିଟର ବେଗରେ ଯାଉଥିବା ବେଳେ ଡ୍ରାଇଭର ଜଣକ ମୋବାଇଲରେ କ୍ରିକେଟ୍ ମ୍ୟାଚ ଦେଖୁଥିଲେ। ମାର୍ଚ୍ଚ ୨୨ରେ କେକେଆର ବନାମ ଆରସିବିର ଆଇପିଏଲ ଉଦଘାଟନୀ ମ୍ୟାଚ ସମୟରେ ଘଟିଛି ଏହି ଘଟଣା।
ଏନେଇ ଭିଡ଼ିଓ ଭାଇରାଲ ହେବା ପରେ ସମ୍ପୂକ୍ତ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ବିଭାଗ (ଏମଏସଆରଟିସି) ଡ୍ରାଇଭରଙ୍କୁ ବରଖାସ୍ତ କରିଛି। ବସରେ ବସିଥିବା ଜଣେ ଯାତ୍ରୀ ଡ୍ରାଇଭିଂ ସମୟରେ ଡ୍ରାଇଭରଙ୍କ ଅବହେଳାକୁ ମୋବାଇଲରେ କଏଦ କରି ସୋସିଆଲ ମିଡ଼ିଆରେ ଶେୟାର କରିବା ସହ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ ଙ୍କ ସମେତ ପ୍ରମୁଖ ଅଧିକାରୀଙ୍କୁ ଟ୍ୟାଗ କରିଥିଲେ।
ଭିଡ଼ିଓ ଭାଇରାଲ ହେବା ପରେ ରାଜ୍ୟ ପରିବହନ ମନ୍ତ୍ରୀ ପ୍ରତାପ ସରନାଏକ ତୁରନ୍ତ ଏମଏସଆରଟିସିର ବରିଷ୍ଠ ଅଧିକାରୀଙ୍କୁ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ସ୍ଥାନୀୟ ଅଧିକାରୀ ସମ୍ପୃକ୍ତ ଚାଳକଙ୍କୁ ବସ୍ ସେବାରୁ ହଟାଇଛନ୍ତି। ଏଥିସହ ବସ୍ ଅପରେଟରଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ଲଗାଇଛନ୍ତି। ଯାତ୍ରୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ଡ୍ରାଇଭରଙ୍କୁ ବରଖାସ୍ତ କରାଯାଇଛି।
ଅଧିକ ପଢନ୍ତୁ: ଚିଟ୍ ଫଣ୍ଡ ଟଙ୍କା ଫେରସ୍ତ ନେଇ ଗୃହରେ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ; କହିଲେ, ଖୁବଶୀଘ୍ର ଜମାକାରୀଙ୍କୁ ମିଳିବ ଟଙ୍କା