ମୁମ୍ବାଇ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି ମନ୍ଧାନା ଏବଂ ସଂଗୀତଜ୍ଞ ପଲାଶ ମୁଛଲଙ୍କ ବିବାହ ନଭେମ୍ବର ୨୩ରେ ହେବାର ଥିଲା। ଏପରିକି ବିବାହର ସବୁ ପ୍ରସ୍ତୁତି ଆରମ୍ଭ ହେବା ସହ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ଶେଷ ହୋଇଥିଲା। ବାକି ଥିଲା ବାହାଘରରେ ବରଣମାଳା ପିନ୍ଧିବା। ହେଲେ ବିବାହର କିଛି ଘଣ୍ଟା ପୂର୍ବରୁ ସ୍ମୃତିଙ୍କ ବାପା ଅସୁସ୍ଥ ହୋଇପଡ଼ିଥିଲେ। ହୃଦଘାତର ଲକ୍ଷଣ ଦେଖାଯିବାରୁ ତାଙ୍କୁ ସଙ୍ଗେସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବାପା ସୁସ୍ଥ ନହେବା ଯାଏ ସ୍ମୃତି ବିବାହ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଥିଲେ। ଏହାରିଭିତରେ ଏବେ ସ୍ମୃତି ସୋସିଆଲ ମିଡିଆରୁ ନିଜ ହଳଦୀ, ମେହେନ୍ଦୀ ଓ ସଙ୍ଗୀତ୍ କାର୍ଯ୍ୟକ୍ରମ ସବୁ ଫଟୋ ଓ ଭିଡିଓ ହଟାଇ ଦେଇଥିବା ଦେଖାଯାଇଛି। ବିବାହ ସ୍ଥଗିତ ରହିବା ପରେ ସ୍ମୃତି କାହିଁକି ଏଭଳି କଲେ ତାକୁ ନେଇ ଏବେ ବିଭିନ୍ନ ଚର୍ଚ୍ଚା ହେବାରେ ଲାଗିଛି।
ବିବାହ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସେ ପ୍ରତି କାର୍ଯ୍ୟକ୍ରମର ଫଟୋ ସେୟାର କରିଥିଲେ। ଏମିତି କି ଭାରତୀୟ କ୍ରିକେଟର ଜେମିମା ରଡ୍ରିଗ୍ସ ମଧ୍ୟ ବିବାହର ଅନେକ ଫଟୋ ଓ ଭିଡିଓ ପୋଷ୍ଟ କରିଥିଲେ। ଏବେ ଜେମିମା ମଧ୍ୟ ପୋଷ୍ଟ ହଟାଇଛନ୍ତି। ଯାହାପରଠୁ ସୋସିଆଲ ମିଡିଆରେ ଉଭୟଙ୍କ ମଧ୍ୟରେ କିଛି ବଡ଼ ଘଟଣା ଘଟିଛି କି ବୋଲି ବିଭିନ୍ନ ଗୁଜବ ହେଉଛି ? ତେବେ ଫୋଟୋ ଓ ଭିଡିଓ ଡିଲିଟ୍ କରିବା ପଛର ସଠିକ୍ କାରଣ ଜଣାପଡ଼ିନାହିଁ।
ମୁହଁ ଖୋଲିଲେ ପଲକ ମୁଚ୍ଛଲ
ପରିବାର ପକ୍ଷରୁ ଏକ ବିବୃତ୍ତି ଜାରି କରାଯାଇ ଏହି ଗୁଜବଗୁଡ଼ିକର ଖଣ୍ଡନ କରାଯାଇଛି। ପଲାଶଙ୍କ ଭଉଣୀ ପଲକ ମୁଚ୍ଛଲ ସୋସିଆଲ ମିଡିଆରେ ବିବାହ ସ୍ଥଗିତ ରହିବା ସମ୍ପର୍କରେ ସୂଚନା ଦେଇ ଏକ ପୋଷ୍ଟ ସେୟାର କରିଥିଲେ। ସେ ଲେଖିଥିଲେ, "ସ୍ମୃତିଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହେବା ଯୋଗୁଁ ସ୍ମୃତି ଏବଂ ପଲାଶଙ୍କ ବିବାହ ସ୍ଥଗିତ ରଖାଯାଇଛି। ଏହି ସମ୍ବେଦନଶୀଳ ସମୟରେ ପରିବାରର ଗୋପନୀୟତାକୁ ସମ୍ମାନ ଦେବାକୁ ଆମେ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛୁ।"
ଏଭଳି ସ୍ଥିତିରେ ସ୍ମୃତି ଏବଂ ପଳାଶ କେବେ ବିବାହ କରିବେ ସେ ବିଷୟରେ ବର୍ତ୍ତମାନ କୌଣସି ଅପଡେଟ୍ ନାହିଁ। ପଳାଶ ମୁଛଲଙ୍କୁ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଖରାପ ଯୋଗୁଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ପଳାଶଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି।
ଅଧିକ ପଢନ୍ତୁ: ମହାଆଡମ୍ବରରେ ଚାଲିଥିଲା ହଳଦୀ, ଆଉ କିଛି ସମୟ ପରେ ପଡିଥାନ୍ତା ହାତଗଣ୍ଠି; ଜାଣନ୍ତୁ ସ୍ମୃତି-ପଲାଶଙ୍କ ବିବାହ କାହିଁକି ହୋଇଗଲା ସ୍ଥଗିତ?