ନୂଆଦିଲ୍ଲୀ: ଦିଲ୍ଲୀରେ ବଢୁଥିବା ବାୟୁ ପ୍ରଦୂଷଣ ସ୍ତର ସାଂଘାତିକ ରହିଛି । ଏହାକୁ ନେଇ ସବୁ ବର୍ଗରେ ଚିନ୍ତା ବଢିବାରେ ଲାଗିଛି । ଏବେ ଆଶଙ୍କା ପ୍ରକାଶ କରାଯାଉଛି ଯେ, ରାଜଧାନୀରେ ସ୍ଥିତି ଆହୁରି ବିଗିଡିପାରେ । ସୁପ୍ରିମକୋର୍ଟରେ ମଧ୍ୟ ନୂଆ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମଧ୍ୟ ସଦ୍ୟତମ ସ୍ଥିତିକୁ ନେଇ ତାତ୍ସଲ୍ୟ କରିଛନ୍ତି । ସେ ଓକିଲଙ୍କ କାଶିବା ଉପରେ କହିଛନ୍ତି, ପୂରା ଦିଲ୍ଲୀର ଏହି ଅବସ୍ଥା ।
ବାର ଆଣ୍ଡ ବେଞ୍ଚ ଅନୁସାରେ, ମଙ୍ଗଳବାର ଅଦାଲତରେ ବରିଷ୍ଠ ଆଡଭୋକେଟ୍ ଗୋପାଳ ଶଙ୍କର ନାରାୟଣନ ଏକ କେସରେ ନିଜ ମହକିଲ ପାଇଁ ହାଜର ହୋଇଥିଲେ । ଏହି ସମୟରେ ସେ କାଶିବାରେ ଲାଗିଥିଲେ । ସେ ବିଚାରପତିଙ୍କୁ କହିଥିଲେ ଯେ, ମୋତେ କ୍ଷମା କରିବେ ମିଲର୍ଡ, ମୋର ସ୍ୱର ଚାଲି ଯାଇଛି । ଏହା ଉପରେ ସିଜେଆଇ କହିଛନ୍ତି, ହଁ ଏବେ ଦିଲ୍ଲୀର ଅବସ୍ଥା ଏମିତି ।
ଦିଲ୍ଲୀରେ ମଙ୍ଗଳବାର ଘନ କୁହୁଡି ଛାଇ ରହିଛି । ବାୟୁର ଗୁଣବତ୍ତା ବହୁତ ନିମ୍ନସ୍ତରରେ ରହିଛି । ଆଶଙ୍କା କରାଯାଉଛି ଇଥିଓପିଆରେ ଜ୍ୱଳାମୁଖୀ ଫାଟିବା ପରେ ସେଥିରୁ ବାହାରୁଥିବା ଆଗ୍ନେୟ ଉଦଗିରିଣ ପ୍ରଦୂଷଣ ମାତ୍ରାକୁ ଆହୁରି ବଢାଇପାରେ । କେନ୍ଦ୍ରୀୟ ନିୟନ୍ତ୍ରଣ ବୋର୍ଡ ଦ୍ୱାରା ସକାଳେ ଜାରି ରିପୋର୍ଟ ଅନୁସାରେ, ରାଷ୍ଟ୍ରୀୟ ରାଜଧାନୀର ବାୟୁ ଗୁଣବତ୍ତା ସୂଚକାଙ୍କ ୩୬୦ ରହିଛି । ଏହା ବହୁତ ଖରାପ ଶ୍ରେଣୀରେ ଆସିଥାଏ ।
Also read: ୫୦ ଜଣିଆ ବ୍ୟାଚରେ ୪୨ ମୁସଲିମ, ବୈଷ୍ଣୋଦେବୀ କଲେଜରେ ଆଡମିଶନକୁ ନେଇ ହଙ୍ଗାମା