ତାମିଲନାଡୁର ବିରୁଧୁନଗରରେ ଥିବା ଏକ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ସ୍ଥାନୀୟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଏହି ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି । ପୋଲିସ କର୍ମଚାରୀଙ୍କ ସୂଚନା ଅନୁଯାୟୀ ଏହି ବିସ୍ଫୋରଣ ଶନିବାର ବିରୁଧୁନଗର ଜିଲ୍ଲାରେ ଘଟିଛି। ପ୍ରାଥମିକ ଅନୁସନ୍ଧାନରୁ ପୋଲିସ କହିଛି ଯେ ମୃତକଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅଛନ୍ତି । କିନ୍ତୁ ବିସ୍ଫୋରଣର କାରଣ ବର୍ତ୍ତମାନ ଶୁଦ୍ଧ ସ୍ପଷ୍ଟ ହୋଇନାହିଁ । ଏହି ଘଟଣା ଭେମ୍ବକୋଟାଇ ପୋଲିସ ଷ୍ଟେସନ ସୀମା ଅଧୀନରେ ଘଟିଛି। ବିସ୍ଫୋରଣର ଶବ୍ଦ ପୁରା ଅଞ୍ଚଳରେ ଶୁଣିବାକୁ ମିଳିଥିଲା । ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ଅଛନ୍ତି ।
ଅଧିକ ପଢନ୍ତୁ : ବିଷ ଖାଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା