କର୍ଣ୍ଣାଟକ: ବେଙ୍ଗାଲୁରୁରେ ଲୋକଙ୍କ ପକେଟ୍ ଉପରେ ପୁଣି ମହଙ୍ଗା ମାଡ଼ । ଏପ୍ରିଲ ପହିଲାରୁ କ୍ଷୀର, ଦହି, ବସଭଡ଼ା, ମେଟ୍ରୋ ଭଡ଼ା, ଟୋଲ ଟ୍ୟାକ୍ସ, ବିଜୁଳ, ଅଳିଆ ଟିକସ ବୃଦ୍ଧି ହେବା ସହ ସବୁକିଛି ମହଙ୍ଗା ହୋଇଛି । ଏବେ ଏହି ତାଲିକାରେ ପାଣି ସାମିଲ ହୋଇଛି । କାରଣ ବେଙ୍ଗାଲୁରୁରେ ଆଜିଠାରୁ (୧୦ ଏପ୍ରିଲ) ଠାରୁ ପାଣିର ମୂଲ୍ୟ ବୃଦ୍ଧି କରାଯାଇଛି ।
କର୍ଣ୍ଣାଟକର ବେଙ୍ଗାଲୁରୁ ଜଳଯୋଗାଣ ଏବଂ ସ୍ୱରେଜ ବୋର୍ଡ ପାଣିର ମୂଲ୍ୟ ବୃଦ୍ଧି କରିବାକୁ ନିଷ୍ପତି ନେଇଛନ୍ତି । ଏନେଇ ବୋର୍ଡ ଅଧକ୍ଷ ରାମପ୍ରସାନ ମନୋହର ସୂଚନା ଦେଇଛନ୍ତି । ତେବେ ୧୧ ବର୍ଷ ପରେ ସରକାର ପାଣିର ମୂଲ୍ୟ ବୃଦ୍ଧି କରି ସାଧାରଣ ଲୋକଙ୍କ ସମସ୍ୟା ବଢ଼ାଇ ଦେଇଛନ୍ତି । ବେଙ୍ଗାଲୁରୁ ଦେଶର ସବୁଠାରୁ ମହଙ୍ଗା ସହର ମଧ୍ୟରେ ପୂର୍ବରୁ ରହିଛି ଏବଂ ଚଳିତ ବର୍ଷ ପ୍ରାୟ ସମସ୍ତ ଅତ୍ୟାବଶ୍ୟକୀୟ ସାମଗ୍ରୀ ସେବାର ମୂଲ୍ୟ ବୃଦ୍ଧି ପାଇବା ସହିତ ବେଙ୍ଗାଲୁରୁରେ ରହିବା ଆହୁରି ମହଙ୍ଗା ହୋଇଯାଇଛି ।
ଆଜି ଠାରୁ ବେଙ୍ଗାଲୁରୁ ଜଳ ଯୋଗାଣ ଏବଂ ସ୍ୱେରେଜ ବୋର୍ଡ (BWSSB) ନୂତନ ସ୍ଲାବ ଉପରେ ଆଧାରିତ ଜଳ ବ୍ୟବହାର ଅନୁସାରେ ବିଲ୍ ଜାରି କରିବ । ଅତ୍ୟଧିକ ବ୍ୟବହାର ହ୍ରାସ କରିବା ଲକ୍ଷ୍ୟରେ ପାଣିର ମୂଲ୍ୟ ବୃଦ୍ଧି କରାଯାଇଛି । BWSSBରଅଧ୍ୟକ୍ଷ ଡକ୍ଟର ରାମ ପ୍ରସାଦ ମନୋହର କହିଛନ୍ତି ଯେ, ଅତ୍ୟାବଶ୍ୟକୀୟ ପାଣିର ବ୍ୟବହାର ମିତବ୍ୟୟୀ ହେବ ଏବଂ ଅତ୍ୟଧିକ ବ୍ୟବହାର ଫଳରେ ଅଧିକ ବିଲ୍ ଆସିବ ।
ତେବେ ନଜର ପକାନ୍ତୁ ନୂଆ ଦର ଉପରେ:
୮,୦୦୦ ଲିଟର ପର୍ଯ୍ୟନ୍ତ - ପ୍ରତି ଲିଟରରେ ୦.୧୫ ପଇସା ବୃଦ୍ଧି
୮,୦୦୧ ରୁ ୨୫,୦୦୦ ଲିଟର - ପ୍ରତି ଲିଟରରେ ୦.୩୦ ପଇସା ବୃଦ୍ଧି
୨୫,୦୦୧ ରୁ ୫୦,୦୦୦ ଲିଟର - ପ୍ରତି ଲିଟର ୦.୮୦ ପଇସା
୫୦,୦୦୧ ଲିଟରରୁ ଅଧିକ - ପ୍ରତି ଲିଟର ପିଛା ₹୧ ବୃଦ୍ଧି ପାଇବ