ବାଲିଅନ୍ତା ଅଞ୍ଚଳର ସୌମ୍ୟରଞ୍ଜନଙ୍କୁ ପିଟି ପିଟି ହତ୍ୟା କରାଯିବା ଘଟଣାରେ ପୁଲିସ ଆଉ ୬ ଜଣଙ୍କୁ ଗିରଫ କରିଛି । ଏହାକୁ ମିଶାଇ ଏହି ମାମଲାରେ ସମୁଦାୟ ଗିରଫ ସଂଖ୍ୟା ୧୧ରେ ପହଞ୍ଚିଛି । ସେପଟେ ପୁଲିସର କ୍ରମାଗତ ଚଢ଼ାଉ ଓ ଗିରଫଦାରୀ ଭୟରେ ସ୍ଥାନୀୟ ଗାଁ ଏବେ ପୁରୁଷଶୂନ୍ୟ ହୋଇପଡ଼ିଛି।
• ପରିବାରର ସଙ୍ଗୀନ ଅଭିଯୋଗ: ସୌମ୍ୟଙ୍କୁ ଏକ ଯୋଜନାବଦ୍ଧ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକେ ବାରମ୍ବାର ଦାବି କରୁଛନ୍ତି । ଅସଦାଚରଣ ଭଳି ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ଜୀବନରୁ ମାରିଦିଆଯାଇଛି ବୋଲି ସେମାନେ କହିଛନ୍ତି ।
• ପ୍ରତ୍ୟକ୍ଷଦର୍ଶୀ ବନ୍ଧୁଙ୍କ ବୟାନ: ଘଟଣା ଦିନ ସୌମ୍ୟଙ୍କ ସହ ଥିବା ତାଙ୍କ ବନ୍ଧୁ ଓମ୍ ଗଣମାଧ୍ୟମ ଆଗରେ ସତ୍ୟତା ପ୍ରକାଶ କରିଛନ୍ତି । ଓମ୍ଙ୍କ କହିବା ଅନୁଯାୟୀ, ସୌମ୍ୟ କୌଣସି ଯୁବତୀଙ୍କୁ କମେଣ୍ଟ ମାରିନାହାନ୍ତି କିମ୍ବା ଦୁଷ୍କର୍ମ ଉଦ୍ୟମ କରିନାହାନ୍ତି । ସଂପୃକ୍ତ ଦୁଇ ଯୁବତୀ ମିଛ କହୁଥିବା ସେ ଅଭିଯୋଗ କରିଛନ୍ତି ।
• ତଦନ୍ତର ଗତିପଥ: ଘଟଣା ଦିନ ପୁଲିସ ୫ ଜଣଙ୍କୁ ଗିରଫ କରିଥିବା ବେଳେ ଏବେ ଅନ୍ୟ ୬ ଜଣଙ୍କୁ ଜେଲ ପଠାଇଛି । ଏହା କେବଳ ଉତ୍ତେଜନାମୂଳକ ପରିସ୍ଥିତି ଯୋଗୁଁ ଘଟିଛି ନା ଏହା ପଛରେ ପୂର୍ବ ଶତ୍ରୁତା ରହିଛି, ସେ ନେଇ ପୁଲିସ ଖୋଳତାଡ଼ ଜାରି ରଖିଛି ।