ନୂଆଦିଲ୍ଲୀ: ମଧ୍ୟ ପ୍ରଦେଶରେ ଏଲିଅନ୍ ଭଳି ଦିଶୁଥିବା ଏକ ପିଲା ଜନ୍ମ ନେଇଛି । ତାର ଶରୀରେ ଧଳା ଆସ୍ତରଣ ରହିଛି । ଯାହାକି ଫାଟିଯାଉଛି । ତାକୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି ।
ମଧ୍ୟ ପ୍ରଦେଶ ରୀବାର ଗାନ୍ଧୀ ସ୍ମାରକ ମେଡ଼ିକାଲରେ ଏକ ନବଜାତକ ଶିଶୁକୁ ଭର୍ତ୍ତି କରାଯାଇଥିଲା। ପିଲାଟି ଚାକଘାଟ ରାୟପୁର ସୋନାରୀ ଗ୍ରାମର ବୋଲି ଜଣାପଡ଼ିଛି । ଯାହାକୁ ଦେଖିଲେ ଦେହର ରୋମ ଟାଙ୍କୁରି ଉଠିଛି । ଏହା ଅନ୍ୟ ଶିଶୁଙ୍କଠାରୁ ସମ୍ପୂର୍ଣ୍ଣ ଭିନ୍ନ ଅଟେ । ଫିଲ୍ମରେ ଆମେ ଦେଖୁଥିବା ଏଲିଅନ୍ ଭଳି ଶିଶୁଟି ଦିଶୁଛି । କିନ୍ତୁ ନବଜାତଟି ଏକ ଦୂରାରୋଗରେ ପୀଡ଼ିତ । କଲୋଡିୟୋଂନ୍ ନାମରେ ଏକ ରୋଗରେ ପୀଡ଼ିତ ଅଛି । ଯାହା ଦ୍ୱାରା ତାର ଶରୀର ଚର୍ମ ଉପରେ ଏକ ଧଳା ରଙ୍ଗର ଆସ୍ତରଣ ପଡ଼ିଯାଉଛି । ଚର୍ମ ମୋଟା ହୋଇ ଫାଟି ଯାଉଛି । ଏହି ରୋଗ ଯୋଗୁଁ ସଂକ୍ରମଣ ମଧ୍ୟ ଅଧିକ ହେଉଛି । ଚର୍ମ ରୋଗ ବିଶେଷଜ୍ଞମାନେ ମଧ୍ୟ ଚିକିତ୍ସାରେ ନିୟୋଜିତ ହୋଇଛନ୍ତି । ତେବେ ଏହା ବଂଶଗତ ତଥା ଅଣ ବଂଶଗତ ମଧ୍ୟ ହୋଇପାରେ ।
ନବଜାତକର ସ୍ୱାସ୍ଥ୍ୟ ଅବସ୍ଥା ଗମ୍ଭୀର ରହିଛି । ତାକୁ ଅକ୍ସିଜେନ୍ ସପୋର୍ଟରେ ରଖାଯାଇଥିବା ଜଣାପଡ଼ିଛି ।
ଶ୍ୟାମ ଶାହ ମେଡ଼ିକାଲ କଲେଜର ଶିଶୁ ରୋଗ ବିଶେଷଜ୍ଞ କହିଛନ୍ତି, ଏହି ରୋଗରେ ପୀଡ଼ିତ ଶିଶୁ ସଂଖ୍ୟା ବର୍ଷକୁ ଦୁଇ ତିନୋଟି ଥାଏ । ଏହାକୁ ବିଶେଷ ଭାବରେ ଚିକିତ୍ସା କରାଯାଇଥାଏ । ବେଳେବେଳେ ଉପଯୁକ୍ତ ଚିକିତ୍ସ ନ ହୋଇପାରିଲେ ଏହା ଜୀବନ ମଧ୍ୟ ନେଇପାରେ ।