ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଫ୍ଟ ପର୍ଣ୍ଣ ଏବଂ ଅଶ୍ଳୀଳ କଣ୍ଟେଣ୍ଟ ଦେଖାଉଥିବା ୨୫ ଓଟିଟି ପ୍ଲାଟଫର୍ମର ୱେବସାଇଟ ଓ ଆପ୍ସ ଉପରେ ବ୍ୟାନ ଲଗାଇବାକୁ ନିଷ୍ପତ୍ତି ନେଇଛନ୍ତି । ଯେଉଁ ଓଟିଟି ପ୍ଲାଟଫର୍ମ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେଥିରେ ଉଲ୍ଲୁ ଓ ଅଲ୍ଟ ବାଲାଜୀ ପରି କିଛି ଚର୍ଚ୍ଚିତ ଓଟିଟି ରହିଛି । ଉଲ୍ଲୁର ହାଉସ ଆରେଷ୍ଟ ଶୋକୁ ନେଇ ଗତ ବର୍ଷ ବହୁତ ବିବାଦ ହୋଇଥିଲା ।
ସରକାରଙ୍କ ପକ୍ଷରୁ ସୂଚିତ କରାଯାଇଛି ଯେ, ଗୃହ ମନ୍ତ୍ରଣାଳୟ, ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ, ବୈଦ୍ୟୁତିକ ଓ ପଯୁକ୍ତିବିଦ୍ୟା ମନ୍ତ୍ରଣାଳୟ, ଆଇନ ମନ୍ତ୍ରଣାଳୟ, ମହିଳା ଓ ଶିଶୁ ଅଧିକାର ବିଶେଷଜ୍ଞ ସହ ବିଚାର ବିମର୍ଶ କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରି ସମସ୍ତ ଇଣ୍ଟରନେଟ୍ ପ୍ରୋଭାଇଡର୍ସଙ୍କୁ ଏସବୁ ଓଟିଟି ଏବଂ ଆପ୍ସ ବନ୍ଦ କରିବାକୁ ଆଦେଶ ଦିଆଯାଇଛି ।
ଗତ ବର୍ଷ ଜୁଲାଇ-ଅଗଷ୍ଟରେ ସରକାରଙ୍କୁ ଜାତୀୟ ଶିଶୁ ସୁରକ୍ଷା ଆୟୋଗ ପକ୍ଷରୁ ଉଲ୍ଲୁ ଓ ଅଲ୍ଟ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ମିଳିଥିଲା । ଅନ୍ୟ ପ୍ଲାଟଫର୍ମ ବିରୋଧରେ ମଧ୍ୟ ଅନେକ ଅଭିଯୋଗ ମିଳିଥିଲା । ମନ୍ତ୍ରଣାଳୟ ଦ୍ୱାରା ୨୦୨୫ ମେରେ ହସ୍ତକ୍ଷେପ ପରେ ଉଲ୍ଲୁ ଆପରୁ ହାଉସ ଆରେଷ୍ଟ ୱେବ ସିରିଜକୁ ହଟାଯାଇଥିଲା ।
ସରକାରଙ୍କ କହିବା କଥା ଏହି ସବୁ ଓଟିଟି ପ୍ଲାଟଫର୍ମ ଓ ଆପ୍ସ କାହାଣୀ ବଦଳରେ ଅଶ୍ଳୀଳ ଦୃଶ୍ୟ ଓ ନଗ୍ନତା ଦେଖାଉଥିଲେ । ଏହା ସବୁ ପର୍ଣ୍ଣଗ୍ରାଫି ଶ୍ରେଣୀରେ ଆସୁଛି । କଣ୍ଟେଣ୍ଟରେ କୌଣସି କାହାଣୀ ନ ଥିଲା ଏବଂ ସାମାଜିକ ସନ୍ଦେଶ ବି ନ ଥିଲା । କେବଳ ଭ୍ୟୁୟରସିପ ପାଇଁ ନଗ୍ନତା ଦେଖାଉଥିଲେ ଏହି ସବୁ ଓଟିଟି ପ୍ଲାଟଫର୍ମ ।
ଏହି ସବୁ ଆପ୍ ଉପରେ ଲାଗିଲା ବ୍ୟାନ
ସରକାର ଯେଉଁ ଆପ୍ ଉପରେ କଟକଣା ଲଗାଇଛନ୍ତି ସେଥିରେ ଦେଶିଫ୍ଲିକ୍ସ, ବୁମେକ୍ସ, ନିଆନଏକ୍ସ, ଭିଆଇପି, ନବରସ୍ତା, ଗୁଲାବ ଆପ, କଙ୍ଗନ ଆପ୍, ବୁଲ ଆପ୍, ଶୋ ହିଟ୍, ଜଲୱା ଆପ୍, ୱାଓ ଏଣ୍ଟରଟେନମେଣ୍ଟ, ଲୁକ ଏଣ୍ଟରଟେନମେଣ୍ଟ, ହିଟପ୍ରାଇମ, ଫୁଗି, ଫେନେଓ, ଶୋଏକ୍ସ, ସୋଲ ଟକିଜ, ଆଡ୍ଡା ଟିଭି, ଅଲ୍ଟ ବାଲାଜୀ, ହଟଏକ୍ସ, ଭିଆଇପି, ହଲଚଲ ଆପ୍, ମୁଡଏକ୍ସ,ଟ୍ରାଇଫ୍ଲିକ୍ସ, ଉଲ୍ଲୁ ଓ ମୋଜଫ୍ଲିକ୍ସ ।