ଆଜି ଆରମ୍ଭ ହେଲା ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ଭୋଟ । ୧୧୯ ବିଧାନସଭା ଆସନ ପାଇଁ ମତଦାନ କରିବେ ଭୋଟର । ତେବେ ଏହି ନିର୍ବାଚନ ଟକ୍କରରେ ମୋଟ ୨୨୯୦ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଛନ୍ତି । ସୂଚନା ଅନୁଯାୟୀ, ଏଥର ୧୧୯ଟି ଆସନ ପାଇଁ ଆରମ୍ଭ ମତଦାନ ଦେବେ ଲୋକେ। ଏଥିସହ ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବା ବେଳେ ଅପରାହ୍ନ ୪ଟାରେ ମାଓ ଅଧ୍ୟୁଷିତ ୧୩ ଆସନରେ ସରିବ ଭୋଟ୍। ତେବେ ଏଥର ଏହି ଲଢ଼େଇରେ ମୁହାଁମୁହିଁ ହେବେ ଭାରତରାଷ୍ଟ୍ର ସମିତି, କଂଗ୍ରେସ ଓ ବିଜେପି । ତେଲେଙ୍ଗାନାରେ ମୋଟ ୩୫ ହଜାର ୬୫୫ ଟି ମତଦାନ କେନ୍ଦ୍ର ରହିଥିବା ବେଳେ ୩ କୋଟି ୨୬ ଲକ୍ଷ ଲୋକଙ୍କ ହାତରେ ରହିଛି ସେମାନଙ୍କର ଭାଗ୍ୟ । ପୂର୍ବରୁ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସାରିଥିବା ବେଳେ ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ ୫ ରାଜ୍ୟରେ ନିର୍ବାଚନ ସାରିବ। ଏହାସହ ଡିସେମ୍ବର ୩ରେ ଏହାର ଫଳାଫଳ ଘୋଷଣା କରାଯିବା ସହ କିଏ ଏହି ଟକ୍କରରେ ବାଜିମାତ କଲା ତାହା ଜଣାପଡିବ ।