ଅତୀତରେ ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା G-20 ଶିଖର ସମ୍ମିଳନୀ । ଏହି ସମ୍ମିଳନୀରେ ଭାରତ ସମେତ ଅନ୍ୟ ରାଷ୍ଟ୍ରର ନେତାମାନେ ମଧ୍ୟ ଯୋଗଦେଇଥିଲେ । G-20 ସମ୍ମିଳନୀ ଅବସରରେ ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା । ଏହି ଆଲୋଚନା ସମୟରେ ଆସନ୍ତା ବର୍ଷ ଜାନୁଆରୀ ୨୬ରେ ଭାରତରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କୁ ଭାରତ ଆସିବା ପାଇଁ ଆମନ୍ତ୍ରଣ କରିଛନ୍ତି ବୋଲି ଆମେରିକାର ରାଷ୍ଟ୍ରଦୂତ ଏରିକ୍ ଗାର୍ସେଟି ସୂଚନା ଦେଇଛନ୍ତି । ଆମେରିକା ରାଷ୍ଟ୍ରପତି ବାଇଡେନ ଭାରତ ଆସି ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଭାବେ ଯୋଗଦେବେ ବୋଲି ମଧ୍ୟ ଆଲୋଚନା ହୋଇଥିଲା । ବାଇଡେନଙ୍କୁ ନିମନ୍ତ୍ରଣ ମିଳିଥିବାବେଳେ ସତ୍ତ୍ୱେ ଆମେରିକା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ରାଷ୍ଟ୍ରପତିଙ୍କର ଭାରତ ଗସ୍ତ ନେଇ କୌଣସି ସୂଚନା ଏ ପର୍ଯ୍ୟନ୍ତ ମିଳିନାହିଁ ।
ଆଗକୁ ପଢ଼ନ୍ତୁ : ଖଲିସ୍ତାନୀଙ୍କ ହାତରେ ଖେଳନା କାନାଡ଼ାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ