ଉତ୍ତରପ୍ରଦେଶ : ମିରଟ ମେଡିକାଲ୍ କଲେଜ ପରିସରରୁ କରୋନା ସନ୍ଦିଗ୍ଧଙ୍କ ଟେଷ୍ଟ ନମୂନା ଚୋରି କଲେ ମାଙ୍କଡ଼ ଦଳ, ସ୍ଥାନୀୟ ଅଞ୍ଚଳରେ ଭୟ
Khabar Odisha:Troof-of-monkey-took-suspected-Corona-pateint-samples
ନୂଆଦିଲ୍ଲୀ, ମେ ୨୯ (ଖବର ଓଡ଼ିଶା):

 ମିରଟ ମେଡିକାଲ କଲେଜ ପରିସରରୁ ଶୁକ୍ରବାର ଦିନ ଏକ ମାଙ୍କଡ ଦଳ କରୋନା ଭାଇରସ ସନ୍ଦିଗ୍ଧ ଙ୍କ ନମୁନା ନେଇ ଚମ୍ପଟ୍ । ବିଚିତ୍ର ଘଟଣା ଘଟିଛି ଉତ୍ତରପ୍ରଦେଶରେ ।  

ଉତ୍ତରପ୍ରଦେଶ ମିରଟ ମେଡିକାଲ କଲେଜ ପରିସରରେ ଶୁକ୍ରବାର ଦିନ ମାଙ୍କଡ଼ର ଏକ ଦଳ ଲ୍ୟାବ ଟେକ୍ନିସିଆନଙ୍କ ଉପରେ ଆକ୍ରମଣ କରିଥିଲେ । ସେହି ବ୍ୟକ୍ତି ଜଣକ  କୋଭିଡ -19 ସନ୍ଦିଗ୍ଧ ଙ୍କ ନମୁନା ନେଇ ଯାଉଥିଲେ । ମାଙ୍କଡ଼ ଦଳ ତାଙ୍କୁ ଆକ୍ରମଣ କରି ତିନୋଟି ନମୁନା ଛଡ଼ାଇ ସେଠାରୁ ପଳାଇ ଯାଇଥିଲେ ।

ତେବେ ଡାକ୍ତରମାନେ ସେହି ତିନି ସନ୍ଦିଗ୍ଧ ଙ୍କ ପୁନର୍ବାର ନମୁନା ସଂଗ୍ରହ କରିଥିବାବେଳେ କୋଭିଡ -19 ରୋଗୀଙ୍କ ସନ୍ଦିଗ୍ଧ ନମୁନା ମାଙ୍କଡମାନଙ୍କ ପାଖରେ ଥିବାରୁ ଏହି ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି। 

ମିରଟ ମେଡିକାଲ କଲେଜର ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ, ଏହି ଅଞ୍ଚଳରେ ମାଙ୍କଡମାନେ କ୍ରମିକ ଅପରାଧୀ ଏବଂ ଅତୀତରେ ଏଭଳି ଘଟଣା ବହୁବାର ଘଟିଥିଲା। ଆଉ ବର୍ତ୍ତମାନ ପୁରା ଘଟଣାର ଏକ ଭିଡିଓ ଭାଇରାଲ ହୋଇଛି। ଭାଇରାଲ୍ ଭିଡିଓରେ, ଗୋଟିଏ ମାଙ୍କଡ ଗଛରେ ବସି ନମୁନା ସଂଗ୍ରହ କିଟ୍ ଚୋବାଇଥିବାର ଦେଖିବାକୁ ମିଳିଥିଲା ।

  • Tags:

Subscribe

National International State Sports Entertainment