ନୂଆଦିଲ୍ଲୀ: ପହଲଗାମ ଆତଙ୍କୀ ହମଲା ପରେ ମେ ୭ ତାରିଖ ମଧ୍ୟ ରାତ୍ରରେ ଅପରେସନ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପିଓକେ ସ୍ଥିତ ୯ ଆତଙ୍କୀ କେନ୍ଦ୍ରକୁ ଧ୍ୱସ୍ତ କରିଥିଲା । ଏଥିରେ ଲସ୍କର ଏ ତୋଇବା ଓ ଜୈଶ ଏ ମହମ୍ମଦର ଆତଙ୍କୀ ଆଡ୍ଡା ବି ସାମିଲ ଥିଲା । ଭାରତର ଏୟାରଷ୍ଟ୍ରାଇକରେ ଅନେକ ଆତଙ୍କବାଦୀ ନିପାତ ହୋଇଛନ୍ତି । ଏଥିରୁ ଏବେ ୫ ବଡ ଆତଙ୍କବାଦୀଙ୍କ ଚିହ୍ନଟ କରାଯାଇଛି । ପ୍ରତିରକ୍ଷା ମନ୍ତ୍ରଣାଳୟ ଏହାର ଏକ ତାଲିକା ଜାରି କରିଛି ।
ମୁଦସର ଖଡିୟାନ ଖାସ୍ ଓରଫ ଅବୁ ଜିନ୍ଦାଲ
ଲସ୍କର ଏ ତୋଇବାର ଆତଙ୍କୀ ମୁଦସର ଖଡିୟାନ ଖାସ ମରକଜ ତୈବା ମୁରିଦେକର ପ୍ରମୁଖ ଥିଲା । ପାକିସ୍ତାନୀ ସେନା ଦ୍ୱାରା ତାକୁ ଅନ୍ତିମ ସଂସ୍କାର ସମୟରେ ଗାର୍ଡ ଅଫ ଅନର ଦିଆଯାଇଛି । ପାକ୍ ଆର୍ମି ଚିଫ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ପୁଷ୍ପାଞ୍ଜଳୀ ଅର୍ପଣ କରିଥିଲେ ।
ହାଫିଜ ମହମ୍ମଦ ଜମିଲ
ଜମିଲ ଜୈଶ ଏ ମହମ୍ମଦରର ଆତଙ୍କବାଦୀ ଥିଲା । ସେ ମୌଲାନା ମସୁଦ ଅଜହରର ଶଳା ଥିଲା । ସେ ମରକଜ ସୁବହାନ ଆଲ୍ଲାହ, ବହାବଲପୁରର ପ୍ରଭାରୀ ଥିଲା । ମୁସଲିମ ଯୁବକଙ୍କୁ ଚରମପନ୍ଥୀ ବନାଇବା ଓ ଫଣ୍ଡିଂରେ ସକ୍ରିୟ ଭୂମିକା ନିଭାଉ ଥିଲା ।
ମହମ୍ମଦ ୟୁସୁଫ ଅଜହର
ଅଜହର ଜୈଶ ଏ ମହମ୍ମଦର ଆତଙ୍କବାଦୀ ଥିଲା । ଏ ମଧ୍ୟ ମସୁଦ ଅଜହରର ଶଳ ଥିଲା । ସେ ଜୈଶ ପାଇଁ ଅସ୍ତ୍ର ଶସ୍ତ୍ର ପ୍ରଶିକ୍ଷଣର ପ୍ରମୁଖ ପ୍ରଶିକ୍ଷକ ଥିଲା । ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କୀ ହମଲାରେ ସାମିଲ ଥିଲା । ଆଇସି-୮୧୪ ବିମାନ ଅପହରଣ ମାମଲାରେ ୱାଟେଣ୍ଟ ଥିଲା ।
ଖାଲିଦ ଓରଫ ଅବୁ ଆକଶାଟ
ଲସ୍କର ଏ ତୋଇବାର ଏହି ଆତଙ୍କୀ ଜମ୍ମୁ-କାଶ୍ମୀରରେ ଅନେକ ଆତଙ୍କୀ ହମଲାରେ ସାମିଲ ଥିଲା । ଆଫଗାନିସ୍ତାନରୁ ଅସ୍ତ୍ରଶସ୍ତ୍ର ତସ୍କରିରେ ସଂପୃକ୍ତ ଥିଲା । ତାର ଅନ୍ତିମ ସଂସ୍କାର ଫୈସଲାବାଦରେ ହୋଇଛି । ଏଥିରେ ପାକିସ୍ତାନ ସେନାର ବରିଷ୍ଠ ଅଧିକାରୀ ଓ ଡେପୁଟୀ କମିଶନର ଉପସ୍ଥିତ ଥିଲେ ।
ମହମ୍ମଦ ହସନ ଖାନ
ଜୈଶ ଏ ମହମ୍ମଦର ଏହି ଆତଙ୍କୀ ପିଓକେ ଜୈଶ ଏ ମହମଦର ପିଓକେ ଅପରେସନାଲ କମାଣ୍ଡର ମୁଫତି ଅସଗର ଖାନ କାଶ୍ମୀରୀର ପୁଅ ଥିଲା । ଜମ୍ମୁ-କାଶ୍ମୀରରେ ଆତଙ୍କୀ ହମଲାରେ ସମନ୍ୱୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲା ।