ଆଜି ହେଉଛି ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀର ଦ୍ୱିତୀୟ ଦିନ ତଥା ଶେଷ ଦିନ । ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଜି-ଟ୍ୱେଣ୍ଟି ଶିଖର ସମ୍ମିଳନୀରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବବୋଲି ସୂଚନା ମିଳିଛି । ସକାଳ ୯ ଟା ଭିତରେ ରାଜଘାଟକୁ ଯାଇ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ବିଶ୍ୱ ନେତା ।
ଦିନ ସାଢେ ୧୦ ଟାରେ ଭାରତ ମଣ୍ଡପମରେ ତୃତୀୟ ବୈଠକ ଆରମ୍ଭ ହୋଇଯାଇଛି । ଦିନ ୧୨ଟା ୩୦ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବାକୁ ଥିବା ବେଳେ ଏଥିରେ ୱାନ୍ ଫ୍ୟୁଚର ଅର୍ଥାତ ଗୋଟିଏ ଭବିଷ୍ୟତ ବିଷୟବସ୍ତୁ ଉପରେ ବିଶ୍ୱନେତାମାନେ ଆଲୋଚନା କରିବେ । ମୋଟ ଉପରେ ୧୭୦ ଜଣ ଅତିଥି ଭାରତ ମଣ୍ଡପମରେ ଯୋଗ ଦେଇଛନ୍ତି । ଗତକାଲି ଠାରୁ ନୂଆଦିଲ୍ଲୀସ୍ଥିତ ଭାରତମଣ୍ଡପମରେ ଫର ଫର ହୋଇ ଉଡ଼ୁଛି ସବୁ ଦେଶର ପତାକା। ବିଶ୍ୱ ଦେଖୁଛି ଭାରତର ନେତୃତ୍ୱ । ଭାରତ ଅଧ୍ୟକ୍ଷତାରେ ୧୮ ତମ ବାର୍ଷିକ ଜି-୨୦ ସମ୍ମିଳନୀ ହୋଇଯାଇଛି । ବସୁଦେବ କୁଟୁମ୍ବକମ୍ ଥିମକୁ ନେଇ ଏହି ସମ୍ମିଳନୀ ଆୟୋଜିତ ହୋଇଛି । ଯାହାର ଅର୍ଥ ହେଉଛି ସମଗ୍ର ବିଶ୍ୱ ଗୋଟିଏ ପରିବାର । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ, ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା, ଚୀନ ପ୍ରଧାନମନ୍ତ୍ରୀ ଲି କିଆଙ୍ଗ, କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୁ, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିକ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିିରିଲ ରାମାଫୋସା ସମେତ ଅନେକ ଦେଶର ନେତୃବୃନ୍ଦ ସମ୍ମିଳନୀରେ ଯୋଗ ଦେଇଛନ୍ତି । ଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବ୍ରିଟେନ୍, ଜାପାନ, ଜର୍ମାନୀ ଓ ଇଟାଲୀ ରାଷ୍ଟ୍ରମୁଖ୍ୟଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହୋଇଛନ୍ତି ।ଏଥିସହ ଜି-୨୦ସମ୍ମିଳନୀର ପ୍ରଥମ ସେସନ ଗତକାଲି ଆରମ୍ଭ ହୋଇଥିଲା । G20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଗତ ସମ୍ବୋଧନ ଆରମ୍ଭ କରିଥିଲେ ଯେ, ବିଶ୍ୱରେ ଏବେ ବିଶ୍ୱାସର ନୂଆ ସଂକଟ । ଏହି ସଙ୍କଟକୁ ଦୂର କରାଯାଇପାରିବ । ଏକାଠି ହେଲେ ସବୁ ସଙ୍କଟ ଦୂର ହେବ । ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ । ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ । G20ର ନୂଆ ସ୍ଥାୟୀ ସଦସ୍ୟ ହେଲା ଆଫ୍ରିକୀୟ ୟୁନିୟନ ।
ଆଗକୁ ପଢନ୍ତୁ :- ଓଡ଼ିଶାର କଳା ଐତିହ୍ୟ ଦେଖୁଛି ସାରା ବିଶ୍ୱ