ନୂଆଦିଲ୍ଲୀ: କେନ୍ଦ୍ର ସରକାର ମଙ୍ଗଳବାର ଅଷ୍ଟମ ବେତନ ଆୟୋଗର ଅବଶିଷ୍ଟ ଦୁଇ ସଦସ୍ୟଙ୍କ ନାଁ ଘୋଷଣା କରିବା ସହ ଏହାର ପ୍ରକ୍ରିୟାକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି । ନୂଆ ବେତନ ଆୟୋଗ ଗଠନର ଉଦ୍ଦେଶ୍ୟ ବେତନ ବୃଦ୍ଧି ପାଇଁ କର୍ମଚାରୀଙ୍କ ଦାୟିତ୍ୱ, ଉତ୍ତରଦାୟୀ ଓ ପ୍ରଦର୍ଶନକୁ ଆଧାର କରିବାକୁ ପଡିବ । ବେତନ ଆୟୋଗ କର୍ମଚାରୀଙ୍କ ବେତନ, ଭତ୍ତା, ବୋନଓ, ପେନସନ ଓ ଅନ୍ୟ ସୁବିଧାରେ ଆବଶ୍ୟକ ପରିବର୍ତ୍ତନ ପାଇଁ ସୁପାରିଶ କରିବ । ଏମିତି ବେତନ ଢାଞ୍ଚା ପ୍ରସ୍ତୁତ ହେବ ଯାହା ପ୍ରୋତ୍ସାହିତ କରୁଥିବ ଏବଂ କର୍ମଚାରୀଙ୍କୁ ଦାୟିତ୍ୱବାନ କରୁଥିବ ।
କଣ ରହିଛି ଅଧିସୂଚନାରେ
ଅଧିସୂଚନା ଅନୁସାରେ, ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ରଞ୍ଜନ ପ୍ରକାଶ ଦେଶାଇଙ୍କ ବ୍ୟତୀତ ପ୍ରଫେସର ପୁଲକ ଘୋଷ ଅଂଶକାଳିକ ସଦସ୍ୟ ଓ ପଙ୍କଜ ଜୈନ ସଦସ୍ୟ ସଚିବ ରହିବେ । ଆୟୋଗର ମୁଖ୍ୟାଳୟ ନୂଆଦିଲ୍ଲୀରେ ରହିବ । ଆୟୋଗ ନିଜର ରିପୋର୍ଟ ୧୮ ମାସ ଭିତରେ ସରକାରଙ୍କୁ ପ୍ରଦାନ କରିବେ । ଆୟୋଗ ଏହି କାମାରେ ବିଶେଷଜ୍ଞ, ପରାମର୍ଶଦାତା ଏବଂ ସଂସ୍ଥାଗୁଡିକୁ ସାମିଲ କରି ପାରିବ । ଗତ ବେତନ ଆୟୋଗ ଆଧାରରେ ପରିବର୍ତ୍ତନ କରାଗଲେ ବେତନ ଓ ପେନସନରେ ବଡ ବୃଦ୍ଧି ହୋଇପାରେ । ଯଦି ଫିଟମେଣ୍ଟ ଫ୍ୟାକ୍ଟର ବଢେ ତେବେ ୨୫ ହଜାରର ମାସିକ ପେନସନ ବୃଦ୍ଧି ଘଟି ୫୦ ହଜାର ପର୍ଯ୍ୟନ୍ତ ହୋଇପାରେ ।
ବୋନସ ଓ ପେନସନର ହେବ ସମୀକ୍ଷା
ଆୟୋଗର ବର୍ତ୍ତମାନ ଥିବା ବୋନସ ଯୋଜନା ସହ ସବୁ ଭତ୍ତାର ସମୀକ୍ଷା କରାଯିବ । ଏହାର ଉପଯୋଗିତା ଏବଂ ସର୍ତ୍ତଗୁଡିକର ନିରୀକ୍ଷଣ କରାଯିବ । ଆବଶ୍ୟକ ପଡିଲେ ଅନାବଶ୍ୟକ ଭତ୍ତାଗୁଡିକୁ ସମାପ୍ତ କରାଯିବ । ନ୍ୟାସନାଲ ପେନସନ ସିଷ୍ଟମରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କ ପାଇଁ ମୃତ୍ୟୁ ସହ ଅବସରପ୍ରାପ୍ତ ଗ୍ରାଚ୍ୟୁଟିର ସମୀକ୍ଷା କରାଯିବ । ଏନପିଏସରୁ ବାହାର ପୁରୁଣା ପେନସନ ବିଶିଷ୍ଟ କର୍ମଚାରୀଙ୍କ ପାଇଁ ପେନସନ ଓ ଗ୍ରାଚ୍ୟୁଟି ନିୟମ ଉପରେ ମଧ୍ୟ ସୁପାରିସ କରାଯିବ ।
କେଉଁ ଭତ୍ତା ଉପରେ ପ୍ରଭାବ ପଡିପାରେ ?
ଏମିତିରେ କୌଣସି ସରକାରୀ ତଥ୍ୟ ମିଳିନାହିଁ । ମାତ୍ର ଅନୁମାନ କରାଯାଉଛି ଯେ, ଯାତ୍ରା ଭତ୍ତା, ବିଶେଷ ଡ୍ୟୁଟି ଭତ୍ତା, ଛୋଟ ଆଞ୍ଚଳିକ ଭତ୍ତା, ପୁରୁଣା ବିଭାଗୀୟ ଭତ୍ତା ଆଦି ପ୍ରଭାବିତ ହୋଇପାରେ ।
Also read: ଏଲନ ମସ୍କଙ୍କ ଘନିଷ୍ଠ ବନ୍ଧୁ ଜାରେଡ ଆଇଜାକମ୍ୟାନଙ୍କୁ ନାସାର ନେତୃତ୍ୱ ହସ୍ତାନ୍ତର