ନୂଆଦିଲ୍ଲୀ: ଦେଶର ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରକ୍ରିୟା ଏବଂ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ରେ ବ୍ୟାପକ ସଂସ୍କାର ଆଣିବା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନ କରିଛନ୍ତି। ଇନ୍ଫୋସିସ୍ର ସହ-ସଂସ୍ଥାପକ ତଥା ଆଧାର କାର୍ଡ (UIDAI) ର ପୂର୍ବତନ ଅଧ୍ୟକ୍ଷ ନନ୍ଦନ ନିଲେକଣି ଏହି ଶକ୍ତିଶାଳୀ କମିଟିର ନେତୃତ୍ୱ ନେବେ।
କମିଟିରେ ସାମିଲ ପ୍ରମୁଖ ବିଶେଷଜ୍ଞ
ଏହି ଟାସ୍କଫୋର୍ସରେ ଭାରତର ଅନେକ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସାମିଲ କରାଯାଇଛି। ଏଥିରେ ଇସ୍ରୋ (ISRO) ର ପୂର୍ବତନ ଚେୟାରମ୍ୟାନ୍ ଏସ୍. ସୋମନାଥ, ଆଇବିର ପୂର୍ବତନ ନିର୍ଦ୍ଦେଶକ ତପନ ଡେକା, ଆଇଆଇଟି ମାନ୍ଦ୍ରାଜର ନିର୍ଦ୍ଦେଶକ ଭି. କାମକୋଟି, ପୂର୍ବତନ ଶିକ୍ଷା ସଚିବ ଅନୀତା କରୱାଲ ଏବଂ ଲଜିଷ୍ଟିକ୍ସ ବିଶେଷଜ୍ଞ ଅମୃତ ଲାଲ ମୀନା ରହିଛନ୍ତି।
ପରୀକ୍ଷା ପରିଚାଳନାରେ ସ୍ୱଚ୍ଛତା ଆଣିବା, ପ୍ରଶ୍ନପତ୍ର ଲିକ୍ ରୋକିବା, ସାଇବର ସୁରକ୍ଷାକୁ ଆହୁରି ମଜବୁତ୍ କରିବା ଏବଂ ପ୍ରଯୁକ୍ତିବିଦ୍ୟା (Technology) ର ବ୍ୟାପକ ବ୍ୟବହାର କରି ପରୀକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରିବା ଏହି କମିଟିର ନିର୍ଦ୍ଦିଷ୍ଟ ଲକ୍ଷ୍ୟ।
ନନ୍ଦନ ନିଲେକଣି କିଏ ?
ନନ୍ଦନ ନିଲେକଣି ହେଉଛନ୍ତି ଭାରତର ଜଣେ ପ୍ରସିଦ୍ଧ ବୈଷୟିକ ଉଦ୍ୟୋଗୀ। ସେ ଭାରତୀୟମାନଙ୍କ ପାଇଁ ୧୨ ଅଙ୍କ ବିଶିଷ୍ଟ 'ଆଧାର' ପରିଚୟ ପତ୍ର ପ୍ରକଳ୍ପର ନେତୃତ୍ୱ ନେଇଥିଲେ, ଯାହା ବିଶ୍ୱର ସବୁଠାରୁ ବଡ଼ ଡିଜିଟାଲ୍ ଆଇଡେଣ୍ଟିଟି ପ୍ରୋଗ୍ରାମ୍ ଭାବେ ଗଣାଯାଏ। ଏବେ ଦେଶର ଶିକ୍ଷା ଓ ପରୀକ୍ଷା ବ୍ୟବସ୍ଥାକୁ ସୁରକ୍ଷିତ କରିବା ଦାୟିତ୍ୱ ତାଙ୍କ କାନ୍ଧରେ ନ୍ୟସ୍ତ କରାଯାଇଛି।
Also Read: ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳିଲେ ପ୍ରହ୍ଲାଦ ଯୋଶୀ, ଡକାଇଲେ ଅଧିକାରୀଙ୍କ ବୈଠକ