ଖୁବ୍‌ଶୀଘ୍ର ଭାରତକୁ ଆସୁଛି ସିଙ୍ଗଲ୍ ଡୋଜ୍ ଯୁକ୍ତ ଟିକା ‘ସ୍ପୁଟନିକ ଲାଇଟ୍‌’, ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ମିଳିଲା ଗ୍ରୀନ୍ ସିଗ୍‌ନାଲ
Khabar Odisha:The-single-dose-vaccine-Sputnik-Light-is-coming-to-India-soon
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୫(ଖବର ଓଡିଶା):

ଭାରତକୁ ଖୁବ୍‌ଶୀଘ୍ର ମିଳିପାରେ ଆଉ ଏକ ଟିକା । ଆସୁଛି ସିଙ୍ଗଲ ଡୋଜ୍ ଯୁକ୍ତ ଟିକା ‘ସ୍ପୁଟନିକ ଲାଇଟ୍‌’ । ଭାରତରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ମିଳିଛି ଗ୍ରୀନ୍ ସିଗ୍‌ନାଲ । ଡ୍ରଗ୍ସ୍ କଣ୍ଟୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆ ତଥା ଡିସିଜିଆଇ ତରଫରୁ ଏହାକୁ ମଞ୍ଜୁରୀ ମିଳିଛି । ଭାରତରେ ଏହି ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ପାଇଁ ଜିସିଜାଇ ଅନୁମତି ଦେଇଛି । କରୋନାର ଉପରେ ତିଆରି ହୋଇଥିବା ସବଜେକ୍ଟ ଏକ୍ସପର୍ଟ କମିଟି ସ୍ପୁଟନିକ ଲାଇଟ୍ ଟ୍ରାଏଲ ମଞ୍ଜୁରୀ ଦେବା ପାଇଁ ସୁପାରିଶ କରିଥିଲା । 

ଏହା ପୂର୍ବରୁ ଜୁଲାଇ ମାସରେ ଏସ୍‌ଇସି ଋଷର ସିଙ୍ଗିଲ ଡୋଜ ଟିକାକୁ ଭାରତରେ ପରୀକ୍ଷା ପାଇଁ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡ ସହ ଚୁକ୍ତି କରିଥିଲେ । ସେପଟେ ଭାରତରେ ପରୀକ୍ଷା ପାଇଁ ଏସ୍‌ଇସି ଡଃ ରେଡ୍ଡିଙ୍କୁ ଋଷର ସ୍ପୁଟନିକର ସିଙ୍ଗଲ୍ ଡୋଜ ଟିକାର ତଥ୍ୟ ମାଗିଥିଲା । 

ସୂଚନା ଅନୁସାରେ, ପ୍ରକାଶିତ ଏକ ରିପୋର୍ଟରେ କୋଭିଡ୍‌-୧୯ ବିପକ୍ଷରେ ଟିକା ‘ସ୍ପୁଟନିକ ଲାଇଟ୍‌’ ୭୮.୬ ପ୍ରତିଶତରୁ ୮୩.୭ ପ୍ରତିଶତ ଫଳପ୍ରଦ ହେଉଛି । ଯାହା ଅଧିକାଂଶ ଦୁଇ ଡୋଜ୍ ବିଶିଷ୍ଟ ଟିକା ଠାରୁ ଢେର ଅଧିକ । ଟିକା ‘ସ୍ପୁଟନିକ ଲାଇଟ୍‌’ ଟିକା ନେଇଥିବା ବ୍ୟକ୍ତି ଯଦି କରୋନାରେ ଆକ୍ରାନ୍ତ ହୁଅନ୍ତି ତେବେ ସେମାନେ ଡାକ୍ତରଖାନା ଯିବା ସମ୍ଭାବନାକୁ ୮୨.୧ ପ୍ରତିଶତରୁ ୮୭.୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଉଛି ବୋଲି ଅଧ୍ୟୟନରୁ ଜଣାପଡିଛି ।

  • Tags:

Subscribe

National International State Sports Entertainment