ନୂଆଦିଲ୍ଲୀ, ଜାନୁଆରୀ ୨୪ (ଖବର ଓଡ଼ିଶା):
ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୪୯ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଜାରି ହୋଇଛି । ଶୁକ୍ରବାର ତୁଳନାରେ ଆଜି ଆସିଥିବା ରିପୋର୍ଟରେ ହୋଇଥିବା ରୋଗୀଙ୍କ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୧୪,୮୪୯ଜଣ ନୂତନ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧,୦୬,୫୪,୫୩୩ କୁ ବୃଦ୍ଧି ପାଇଛି। ଏହା ବ୍ୟତୀତ ୧୫୫ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୋଟ କରୋନା ମୃତକଙ୍କ ସଂଖ୍ୟା ୧,୫୩,୩୩୯କୁ ବୃଦ୍ଧି ପାଇଛି।
ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଦେଶରେ ସଂକ୍ରମଣମୁକ୍ତ ରୋଗୀଙ୍କ ସଂଖ୍ୟା ୧,୦୩,୧୬,୭୮୬କୁ ବୃଦ୍ଧି ପାଇଛି। ଦିନକ ମଧ୍ୟରେ ୧୫,୯୪୮ ରୋଗୀ ଚିକିତ୍ସା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଥି ସହିତ ଦେଶରେ କରୋନା ଜୀବାଣୁ ସକ୍ରିୟ ମାମଲା ସଂଖ୍ୟା ଦୁଇ ଲକ୍ଷରୁ କମ୍ ରହିଛି।