ନୂତନ ଶିକ୍ଷାନୀତି ଦେଶକୁ ଜ୍ଞାନ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବ- ରାଷ୍ଟ୍ରପତି ରାମ ନାଥ କୋବିନ୍ଦ
Khabar Odisha:The-new-education-policy-will-make-the-country-a-superpower-in-the-field-of-knowledge---President-Ram-Nath-Kobind

ନୁଆଦିଲ୍ଲୀ, ନଭେମ୍ବର ୨୫(ଖବର ଓଡ଼ିଶା): ରାଷ୍ଟ୍ରପତି ରାମ ନାଥ କୋବିନ୍ଦ କହିଛନ୍ତି ଯେ ଦେଶରେ କାର୍ଯ୍ୟକାରୀ ହେଉଥିବା ନୂତନ ଶିକ୍ଷା ନୀତି ଯୁବପିଢିଙ୍କ ସୃଜନଶୀଳ ଦକ୍ଷତାକୁ ଉନ୍ନତ କରିବ ଏବଂ ଆଞ୍ଚଳିକ ଭାଷାର ବିକାଶକୁ ବୃଦ୍ଧି କରିବ। ଆଞ୍ଚଚଳିକ ଭାଷାରେ ଗବେଷଣା ଏବଂ ବୈଜ୍ଞାନିକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ନୂତନ ଶିକ୍ଷା ନୀତି ସୁପାରିଶ କରାଯାଇଛି ବୋଲି ସେ କହିଛନ୍ତି। ଆଜି କାନପୁରରେ ହାରକୋର୍ଟ ବଟଲର ୟୁନିଭରସିଟି ଅଫ୍ ଟେକ୍ନୋଲୋଜିର ଶତବାର୍ଷିକୀ ଉତ୍ସବକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି ଯେ ଏହା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଦର୍ଶନ ସହ ମେଳ ଖାଉଛି ଏବଂ ନୂତନ ଶିକ୍ଷା ନୀତି ଦେଶକୁ ଜ୍ଞାନ କ୍ଷେତ୍ରରେ ଏକ ମହାଶକ୍ତିରେ ପରିଣତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। 

ବୈଷୟିକ ଶିକ୍ଷା କ୍ଷେତ୍ରରେ ଝିଅମାନଙ୍କୁ ମଧ୍ୟ ଉତ୍ସାହିତ କରାଯିବା ଉଚିତ ବୋଲି ଶ୍ରୀ କୋବିନ୍ଦ କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି ଯେ ଏହି ବିଶ୍ୱବିଦ୍ୟାଳୟର ଆଲୁମିନି ଅଭାବୀ ଏବଂ ଗରିବ ପିଲାମାନଙ୍କ ଶିକ୍ଷାରେ ସକ୍ରିୟ ଭୂମିକା ଗ୍ରହଣ କରିପାରନ୍ତି। ଭବିଷ୍ୟତ ପିଢିର ମାର୍ଗଦର୍ଶନରେ ସେମାନେ ମଧ୍ୟ ସହଯୋଗ କରିପାରିବେ ବୋଲି ସେ କହିଛନ୍ତି।

  • Tags:

Subscribe

National International State Sports Entertainment