ବାରଣାସୀରେ ଉନ୍ମୋଚନ ହେଲା ‘ସାଠ୍ କେ ହେମନ୍ତ’ ପୁସ୍ତକ । କେନ୍ଦ୍ରମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ଯୋଗ ଗୁରୁ ରାମ ଦେବ, ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ ଓ ସାଂସଦ ପ୍ରଫେସର ରାମଗୋପାଳ ଯାଦବ ପ୍ରମୁଖ ସମସ୍ତେ ଉପସ୍ଥିତ ଥିଲେ ।ଯୋଗ ଦେଇଥିଲେ ।ଏହି ପୁସ୍ତକଟି ସାହିତ୍ୟକାର ହେମନ୍ତଙ୍କ ଉପରେ ଆଧାରିତ । ପତ୍ରକାର ହେମନ୍ତ ଶର୍ମାଙ୍କ ଉପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ)ର ସରସଂଘ ଚାଳକ ମୋହନ ଭାଗବତଙ୍କଠାରୁ ଆରମ୍ଭ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଅନେକ ବ୍ୟକ୍ତିବିଶେଷ ‘ସାଠ୍ କେ ହେମନ୍ତ’ ପୁସ୍ତକରେ ନିଜର ଟିପ୍ପଣୀ ଦେଇଛନ୍ତି ।
କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୁକ୍ରବାର ଉତ୍ତରପ୍ରଦେଶର ବାରାଣାସୀ ଠାରେ ‘ସାଠ୍ କେ ହେମନ୍ତ’ ପୁସ୍ତକର ଉନ୍ମୋଚନ ସମାରୋହରେ ଯୋଗ ଦେବା ସହ ଶ୍ରୀ ଶର୍ମାଙ୍କୁ ଶୁଭେଚ୍ଛା ଜଣାଇ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଭାରତୀୟ ପ୍ରଜାତନ୍ତ୍ରର ଅନନ୍ୟ ପରମ୍ପରା ରହିଛି । ଏହି ପରମ୍ପରାରେ କାଶୀ ହେଉଛି ଏକ ମନ୍ଥନ ସ୍ଥଳ ଏବଂ କାଶୀ ହେଉଛି ଏକ ପୁରାତନ ଜୀବନ୍ତ ସଭ୍ୟତା । ଦୁନିଆକୁ ଅନେକ କିଛି ଦେଇଥିବା ଏହି ପବିତ୍ର ସ୍ଥାନ ଗୁରୁର ପରମ୍ପରାକୁ ଜନ୍ମ ଦେଇଛି । ହାଓ୍ୱଡ଼ାରେ ଏକ ରାସ୍ତା ଗୁରୁ ନାମରେ ନାମିତ । ସେହିଭଳି ଭାବେ କାଶୀ ମଧ୍ୟ ଏ ଦୃଷ୍ଟିରୁ ଅନ୍ୟତମ । ମୁଁ ହିନ୍ଦି ସାହିତ୍ୟ ପ୍ରତି ଆସକ୍ତି ରଖେ ଏବଂ କାଶୀ ହିଁ ଏହି ଆସକ୍ତିକୁ ବଢାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଏହି ପୁସ୍ତକଟି ସମସ୍ତଙ୍କ ପାଇଁ ଲାଭଦାୟକ ହେଵା ତେଣୁ ଶ୍ରୀ ଶର୍ମାଙ୍କ ଉପରେ ଏହି ସଂକଳନ ପ୍ରକାଶନ ହେବା ସମସ୍ତଙ୍କ ପାଇଁ ଖୁସିର ବିଷୟ । ତେବେ ତାଙ୍କର ବ୍ୟକ୍ତିତ୍ୱକୁ କିଛି କ୍ଷଣରେ ପ୍ରକାଶ କରିବା ସମ୍ଭବ ନୁହେଁ । ଉନ୍ମୋଚିତ ପୁସ୍ତକଟି ଭାରତୀୟ ଜ୍ଞାନ ପରମ୍ପରାରେ ଏକ ନୂଆ ଅଧ୍ୟାୟ କିପରି ଯୋଡିବ, ଏହା ଆମ ସମସ୍ତଙ୍କର ଦାୟିତ୍ୱ ହେବା ଉଚିତ୍ । ସମସ୍ତଙ୍କର ସହାୟକରେ ପୁସ୍ତକର ପୃଷ୍ଠା ଆଗକୁ ବଢ଼ିପାରିବ ।ପ୍ରଧାନମନ୍ତ୍ରୀ ୧୪୦କୋଟି ଭାରତୀୟ ଗୌରବ ବଢାଇବା ପାଇଁ ଚିନ୍ତା କରୁଛନ୍ତି।ଶ୍ରୀ ପ୍ରଧାନ କହିଛନ୍ତି ସେ ବିଶ୍ୱର କେଉଁ ସ୍ଥାନକୁ ଗଲେ କେବଳ ଗୁଜରାଟର ସମ୍ମାନ ବଢେ ନାହିଁ ସମଗ୍ର ଦେଶର ସମ୍ମାନ ବଢିଥାଏ ।
ଅଧିକ ପଢନ୍ତୁ ;ପୁଣି ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଲା ମହାନଦୀ ପାଣି