ପୁଣି ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଲା ମହାନଦୀ ପାଣି। ମନ୍ଦିର ବେଢ଼ା ଦେଇ ମନ୍ଦିରରେ ପ୍ରବେଶ କରିଛି ବନ୍ୟା ପାଣି। ହୀରାକୁଦ ଡ୍ୟାମରୁ ଗେଟ୍ ଖୋଲିଥିବାରୁ ଜଳସ୍ତର ବଢ଼ିଛି। ଫଳରେ ପାହାଡ଼ ଉପରେ ଥିବା ମା’ଙ୍କ ଅସ୍ଥାୟୀ ପୂଜା ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିଛି।
ସୂଚନା ଅନୁସାରେ, ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମାଆ ଭଟ୍ଟାରିକାଙ୍କ ମନ୍ଦିର ଗର୍ଭଗୃହରେ ପଶିଲା ମହାନଦୀ ପାଣି। ଗର୍ଭଗୃହରେ ବନ୍ୟା ପାଣି ପଶିବାରୁ ମା ଭଟ୍ଟାରିକାଙ୍କୁ ଗତକାଲି ରାତି ୨ଟାରେ ସେଠାରୁ ସ୍ଥାନାନ୍ତର କରାଯାଇଥିଲା। ଅସ୍ଥାୟୀ ପୂଜାସ୍ଥଳରେ ଆଜି ସକାଳୁ ମା’ ଙ୍କ ସକାଳ ଧୂପ ସହିତ ମଙ୍ଗଳ ଆଳତି, ମଇଲମ୍ ,ବଲ୍ଲଭ ଭୋଗ ହୋଇଛି। ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ବନ୍ୟା ଜଳ ମନ୍ଦିରରେ ପ୍ରବେଶ କରିଛି। ଦେବୋତ୍ତର ବିଭାଗ ଉପସ୍ଥିତି ରେ ସମ୍ପୂର୍ଣ୍ଣ ନୀତି କାର୍ଯ୍ୟ ସମ୍ପାଦନ କରାଯାଇଛି ।
ଅଧିକ ପଢନ୍ତୁ ; କଟକରେ ଏନକାଉଣ୍ଟର