ସରକାର କଲେ ଏକ ବଡ ଘୋଷଣା । ଏବେ ମିଳିବ ସମସ୍ତଙ୍କୁ ମାଗଣା ବିଜୁଳି । ଏଥିରେ 1 କୋଟି ପରିବାରଙ୍କୁ ମିଳିବ 78 ହଜାର ଟଙ୍କା ସହାୟତା । ତେବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୋଟେ ବଡ ଘୋଷଣା କରାଯାଇଛି । ପିଏମ ସୂର୍ଯଘର ଯୋଜନାକୁ କ୍ୟାବିନେଟ ମଂଜୁରୀ ଦେଇଛି । ଏହି ଯୋଜନା ଅଧିନରେ ଏକ କୋଟି ଘରକୁ ମିଳିବ ୩ଶହ ୟୁନିଟ ମାଗଣା ବିଦ୍ୟୁତ । ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର । ଫେବ୍ରୁଆରୀ୧୩ରେ ମୋଦୀ ଏହି ଯୋଜନା ଘୋଷଣା କରିଥିଲେ । ଏହି ଯୋଜନାରେ ବାର୍ଷିକ ୧୫ହଜହ ଟଙ୍କା ସଞ୍ଚୟ ହେବ । ଯୋଜନାରେ ପ୍ରତ୍ୟେକ ପରିବାର ପାଇଁ ଦୁଇ କିଲୋୱାଟ ପର୍ଯ୍ୟନ୍ତ ଏକ ଛାତ ଉପରେ ସୋଲାର ପ୍ୟାନେଲ ମିଳିବ । ଯାହାର ମୂଲ୍ୟ ଏକ ଲକ୍ଷ ୪୫ହଜାର ରହିଛି । ଏକ କିଲୋୱାଟ ପାଇଁ ୩୦ହଜାର, ୨ କିଲୋୱାଟ ପାଇଁ ୬୦ହଜାର ଓ ୩ କିଲୋୱାଟ ପାଇଁ ୮୦ହଜାର ଟଙ୍କାର ସବସିଡି ଦେବେ ସରକାର । ଏହା ବାଦ ଶ୍ରୀ ଠାକୁର କହିଛନ୍ତି ଲୋକମାନଙ୍କୁ 300 ଯୁନିଟ୍ ପର୍ଯନ୍ତ ମାଗଣା ବିଜୁଳି ସହାୟତା ମିଳିବ । ଏହା ସହିତ ଲୋକମାନଙ୍କୁ 1 କୋଟି ପର୍ଯ୍ୟନ୍ତ ସାହାର୍ଯ୍ୟ ମିଳିବ ।