ଆମେରିକାରେ ରିର୍ଟନ କଲା କରୋନା, 24 ଘଣ୍ଟା ମଧ୍ୟରେ ସର୍ବାଧିକ 60 ହଜାର ନୂଆ ଆକ୍ରାନ୍ତ ରୋଗୀ ଚିହ୍ନଟ
Khabar Odisha:The-United-States-has-a-maximum-of-60000-new-cases-in-24-hours
ନ୍ୟୁୟର୍କ, ଜୁଲାଇ ୮ (ଖବର ଓଡ଼ିଶା)

ସାରା ବିଶ୍ୱରେ ଦିନକୁ ଦିନ ବଢୁଥିବା ମହାମାରୀ କରୋନା କାରଣରୁ ବିଶ୍ୱର ବର୍ତ୍ତମାନ ପ୍ରତିଦିନ ପ୍ରାୟ ଦୁଇ ଲକ୍ଷ ନୂଆ କରୋନା ଆକ୍ରାନ୍ତ ରୋଗୀ ଚିହ୍ନଟ ହେଉଛନ୍ତି । ଆମେରିକାରେ ବର୍ତ୍ତମାନ ପୁଣି ଥରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି | ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ 60 ହଜାରରୁ ଅଧିକ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି, ଯାହା ଆଜି ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା କରୋନା ମାମଲା ଗୋଟିଏ ଦିନରେ ସର୍ବାଧିକ ରେକର୍ଡ ।

ଜନ ହପକିନ୍ସ ବିଶ୍ୱବିଦ୍ୟାଳୟର ସୂଚନା ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଆମେରିକାରେ ମୋଟ 60209 ଟି ନୂଆ ମାମଲା ଘଟିଛି। ଏହା ବ୍ୟତୀତ 1,114 ଜଣ କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଆମେରିକାରେ କରୋନା ଜୀବାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ବର୍ତ୍ତମାନ 1.31 ଲକ୍ଷରୁ ଅଧିକ ହୋଇଥିବା କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା 31 ଲକ୍ଷ ପାଖାପାଖି ପହଁଞ୍ଚିଛି |

ଏଠାରେ ସୂଚନାଯୋଗ୍ୟ ଯେ, ଗତ ଏକ ସପ୍ତାହରେ, ଆମେରିକାରେ କରୋନା ଭାଇରସ ମାମଲା ବୃଦ୍ଧିରେ ଏକ ଜବରଦସ୍ତ ଜମ୍ପ ହୋଇଛି ଏବଂ ପ୍ରତିଦିନ ହାରାହାରି 50 ହଜାର ନୂଆ ମାମଲା ସାମ୍ନାକୁ ଆସୁଛି | ଏଭଳି ରେକର୍ଡ ମାମଲା ବୃଦ୍ଧି ହେବାର କାରଣ ହେଉଛି ଯେ, ବର୍ତ୍ତମାନ ଆମେରିକାରେ ପ୍ରାୟ ସବୁକିଛି ଖୋଲା ଯାଇଛି ଏବଂ ଲୋକମାନେ କୌଣସି ପ୍ରତିବନ୍ଧକ ବିନା ପୁନର୍ବାର ଚଳପ୍ରଚଳ କରୁଛନ୍ତି |

ଆହୁରି ମଧ୍ୟ, ଆମେରିକାରେ କରାଯାଉଥିବା କରୋନା ପରୀକ୍ଷଣ ସଂଖ୍ୟା ମଧ୍ୟ ବହୁତ ଅଧିକ, ଆମେରିକା ପ୍ରତିଦିନ ପ୍ରାୟ 5 ଲକ୍ଷ ଲୋକଙ୍କ ନମୂନା ପରୀକ୍ଷଣ କରାଯାଉଛି | ଆମେରିକାରେ ଏପର୍ଯ୍ୟନ୍ତ ତିନି କୋଟିରୁ ଅଧିକ ଲୋକଙ୍କ ପରୀକ୍ଷା କରାଯାଇଛି।

ମଙ୍ଗଳବାର ଦିନ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ବିବୃତ୍ତି ଦେଇଛି ଯେ କରୋନା ଜୀବାଣୁ ଏପର୍ଯ୍ୟନ୍ତ ଶିଖରରେ ପହଞ୍ଚି ନାହିଁ। କାରଣ ବର୍ତ୍ତମାନ ଅନେକ ଦେଶରେ ପରୀକ୍ଷା ଚାଲିଛି | ବର୍ତ୍ତମାନ ଦୁନିଆରେ ପ୍ରତିଦିନ 1.80 ଲକ୍ଷରୁ ଅଧିକ ମାମଲା ସାମ୍ନାକୁ ଆସୁଛି । ଏହି ମାମଲାଗୁଡ଼ିକ ମଧ୍ୟରୁ ଅଧିକାଂଶ ଆମେରିକା, ବ୍ରାଜିଲ ଏବଂ ଭାରତରୁ ଆସୁଛନ୍ତି, ଏହି ତିନୋଟି ଦେଶରେ ମିଳିତ ଭାବେ ଏକ ଲକ୍ଷରୁ ଅଧିକ ମାମଲା ପଞ୍ଜିକରଣ ହେଉଛି ।

ବିଶ୍ୱରେ ସମୁଦାୟ କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ସଂଖ୍ୟା 1.2 କୋଟିରେ ପହଁଞ୍ଚିଥିବାବେଳେ ବର୍ତ୍ତମାନ ସୁଦ୍ଧା 5.46 ଲକ୍ଷ ଲୋକ ଏହି ମହାମାରୀରେ ପ୍ରାଣ ହରାଇ ସାରିଲେଣି ।

  • Tags:

Subscribe

National International State Sports Entertainment