ଆଜି ୭୫୦୦ ତମ ଜନଔଷଧି କେନ୍ଦ୍ରର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ, ମେକ୍ ଇଣ୍ଡିଆ ଭ୍ୟାକ୍ସିନ ଲୋକମାନଙ୍କୁ କରୁଛି ସହଯୋଗ
Khabar Odisha:The-Prime-Minister-Make-India-Vaccine-is-helping-the-people-by-inaugurating-the-7500th-Medicinal-Center-today
ନୂଆଦିଲ୍ଲୀ, ମାର୍ଚ୍ଚ ୦୭ (ଖବର ଓଡ଼ିଶା):

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନଔଷଧି ଦିବସରେ ୭୫୦୦ ତମ ଜନଔଷଧି କେନ୍ଦ୍ରର ଉଦଘାଟନ କରିଛନ୍ତି । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଯୋଗ ଦେଇଥିଲେ । ଏହି ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଥିଲେ ଯେ ଭାରତର ଫାର୍ମାସୀ କରୋନା ଟିକା ପ୍ରସ୍ତୁତ କରି ସାରା ବିଶ୍ୱକୁ ଚମକାଇ ଦେଇଛି । ମେକ୍ ଇଣ୍ଡିଆ ଭ୍ୟାକସିନ ଦେଶର ଲୋକମାନଙ୍କ ସହ ଅନ୍ୟ ଦେଶର ଲୋକମାନଙ୍କୁ ବି କରୋନା ଭଳି ମହାମାରୀରୁ ରକ୍ଷା କରୁଛି ।

ଏହାସହ ବିଶ୍ୱର ଅନ୍ୟଦେଶ ମାନେ ପ୍ରସ୍ତୁତ କରିଥିବା ଟିକା ଠାରୁ ଭାରତୀୟ ଟିକା ବହୁତ୍ କମ୍ ଦାମରେ ଯୋଗାଇ ଦିଆଯାଉଥିବା ସେ କହିଛନ୍ତି । ସାଧାରଣ ଲୋକେ ଯେଭଳି ଔଷଧ କିଣିବା ବେଳେ ଅସୁବିଧାରେ ନ ପଡନ୍ତି ସେଥିପାଇଁ ସରକାର ଏହି ଯୋଜନା କରିଛନ୍ତି । ଏହାସହ ଏହି ଯୋଜନାରେ ଲୋକମାନଙ୍କୁ ସେବା ଯୋଗାଉଥିବା କର୍ମଚାରୀ ମାନଙ୍କୁ ବି ଧନ୍ୟବାଦ ଦେଇଛନ୍ତି ।

ଉପସ୍ଥିତ ଲୋକମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି କି ସାରା ଦେଶର ଲୋକେ ମୋ ପରିବାର । ତେଣୁ ମୋ ପରିବାରର କେହି ଲୋକ ରୋଗରେ ପଡିବା ମୋ ପରିବାରର ଲୋକେ ରୋଗରେ ପଡିବା ସହ ସମାନ । ତେଣୁ ଅପାଣମାନଙ୍କୁ କିଭଳି ଶସ୍ତାରେ ଚିକିତ୍ସା ସୁବିଧା ଠାରୁ ଆରମ୍ଭ କରି ଔଷଧ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ ତାହା ଉପରେ ଆମ ସରକାର ଧ୍ୟାନ ଦେଉଥିବା କଥା ସେ କହିଛନ୍ତି । ଏହାସହ ଜନଔଷଧି ଦିବସରେ ପ୍ରଧାନମନ୍ତ୍ରୀ ୭୫୦୦ ତମ ଜନଔଷଧି କେନ୍ଦ୍ରର ଶୁଭାରମ୍ଭ କରିଥିଲେ ।

  • Tags:

Subscribe

National International State Sports Entertainment