ମହିଳା ପୋଲିସଙ୍କ କାର୍ଯ୍ୟ ସମୟ ୧୨ ଘଣ୍ଟା ପରିବର୍ତ୍ତେ ୮ ଘଣ୍ଟା କରିବାକୁ ଘୋଷଣା କଲେ ମହାରାଷ୍ଟ୍ର ଡିଜିପି
Khabar Odisha:The-Maharashtra-DGP-has-announced-that-the-working-hours-of-the-female-police-will-be-7-hours-instead-of-12-hours

ନୁଆଦିଲ୍ଲୀ, ସେପ୍ଟେମ୍ବର ୨୪(ଖବର ଓଡିଶା): ମହାରାଷ୍ଟ୍ର ଡିଜିପି ସଞ୍ଜୟ ପାଣ୍ଡେ ଶୁକ୍ରବାର ଘୋଷଣା କରିଛନ୍ତି ଯେ ମହିଳା କର୍ମଚାରୀଙ୍କ କାର୍ଯ୍ୟ ସମୟ ୧୨ ଘଣ୍ଟା ପରିବତ୍ତେ ୮ ଘଣ୍ଟା ହେବ । ଏହି ପ୍ରକାର ବ୍ୟବସ୍ତା ଏହା ପୂର୍ବରୁ କେତେକ ସ୍ଥାନରେ କାର୍ଯ୍ୟକାରୀ ହୋଇସାରିଥିବା ବେଳେ ଡିଜିପି କହିଛନ୍ତି ଯେ ଖୁବ୍ ଶୀଘ୍ର ପର୍ଯ୍ୟାୟକ୍ରମେ ସାରା ରାଜ୍ୟରେ ଏଭଳି ପରିବର୍ତ୍ତନ କରାଯିବ।

ଜଣେ ଅଧିକାରୀ କହିଛନ୍ତି ଯେ ଅନେକ ମହିଳା କନଷ୍ଟେବଳ ରାଜ୍ୟ ପୋଲିସ ମୁଖ୍ୟଙ୍କ ନିକଟକୁ ଯାଇ ଦର୍ଶାଇଛନ୍ତି ଯେ ସେମାନଙ୍କ ଡ୍ୟୁଟି ସମୟ ଧାର୍ଯ୍ୟ ବାର ଘଣ୍ଟାଠାରୁ ଅଧିକ ସମୟ ହୋଇଥାଏ, ଯାହା ସେମାନଙ୍କ ପାରିବାରିକ ଜୀବନକୁ ପ୍ରଭାବିତ କରିଥିଲା। ଜଣେ ଅଧିକାରୀ କହିଛନ୍ତି ଯେ ନାଗପୁର, ପୁଣେ, ଅମରାବତୀ ଏବଂ ନିକଟରେ ନାଭି ମୁମ୍ବାଇରେ ମହିଳା ପୋଲିସ୍ କର୍ମଚାରୀଙ୍କ ପାଇଁ ଆଠ ଘଣ୍ଟିଆ ସିଫ୍ଟ ସଫଳତାର ସହ କାର୍ଯ୍ୟକାରୀ ହୋଇସାରିଛି।

ଜଣେ ଅଧିକାରୀ କହିଛନ୍ତି ଯେ ଏହା ଉତ୍ସାହଜନକ ଯେ ଏହି ପଦକ୍ଷେପ ରାଜ୍ୟର ଚାରୋଟି ମହାନଗରରେ ଭଲ କାମ କରିଛି ଯେଉଁଠାରେ ଅଧିକ ସଂଖ୍ୟକ ପୋଲିସ୍ କର୍ମଚାରୀ ଆବଶ୍ୟକ କରନ୍ତି ଏବଂ ଏହା ଆସନ୍ତା ମାସ ମଧ୍ୟରେ ସାରା ରାଜ୍ୟରେ କାର‌୍ୟ୍ୟକାରୀ ହେବ।

  • Tags:

Subscribe

National International State Sports Entertainment