ନୂଆଦିଲ୍ଲୀ, ଜାନୁଆରୀ ୧୫ (ଖବର ଓଡ଼ିଶା):
କରୋନା କଟକଣା ମଧ୍ୟରେ ଚଳିତ ମାସ ୨୯ ତାରିଖରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ ଓ ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଥିବା ସୂଚନା ମିଳିଛି । ସେହିଭଳି ଫେବୃଆରୀ ପହିଲାରେ ସାଧାରଣ ବଜେଟ୍ ପାରିତ ହେବ ।
ଏହି ବଜେଟ୍ ଅଧିବେଶନ ଜାନୁଆରୀ ୨୯ ତାରିଖରୁ ଆରମ୍ଭ ହୋଇ ଫେବୃଆରୀ ୮ ତାରିଖ ଯାଏଁ ଚାଲିବର ଯୋଜନା ରହିଛି ଯାହାକି ଲୋକସଭା ସଚିବାଳୟ ପକ୍ଷରୁ ଗୁରୁବାର ଜଣାଇ ଦିଆଯାଇଛି ।
ଫେବୃଆରୀ ୮ ରେ ବଜେଟ୍ ଅଧିବେଶନ ଶେଷ ହେଉଥିଲେ ବି ରିପୋର୍ଟ ପ୍ରସ୍ତୁତ ପରେ ଫେବୃଆରୀ ୧୫ ତାରିଖରେ ଗୃହକୁ ମୁଲତବୀ ଘୋଷଣା କରାଯିବ । ଏହା ପରେ ପୁଣି ମାର୍ଚ୍ଚ ୮ ରେ ଆରମ୍ଭ ହେବ । ବଜେଟ୍ ଅଧିବେଶନ ପୂର୍ବରୁ କରୋନା ମହାମାରୀକୁ ଦୃଷ୍ଟିରେ ରଖି ସମସ୍ତ ପଦକ୍ଷେପ ନିଆଯିବ। ରାଜ୍ୟସଭା ସକାଳ ସିଫ୍ଟରେ ବସିବାକୁ ଥିବା ବେଳେ ଲୋକସଭା ସଂନ୍ଧ୍ୟା ସିଫ୍ଟରେ ବସିବ । ହେଲେ ପୂର୍ବ ଅଧିବେଶନ ଭଳି ଏଥର ପ୍ରଶ୍ନକାଳକୁ ବାଦ୍ ଦିଆଯିବ କି ନାହିଁ ତାହା ଜଣାପଡିନାହିଁ ।