ପିଲିଭିତ୍: ଉତ୍ତର ପ୍ରଦେଶର ପିଲିଭିତରେ ପଞ୍ଜାବ ଓ ଉତ୍ତରପ୍ରଦେଶ ପୁଲିସ ସହ ଏନକାଉଣ୍ଟରରେ ୩ ଖଲିସ୍ତାନୀ କମାଣ୍ଡୋ ଫୋର୍ସ ଆତଙ୍କବାଦୀ ନିହତ ହୋଇଛନ୍ତି। ନିହତ ଆତଙ୍କବାଦୀଙ୍କ ନିକଟରୁ ୨ଟି ଏକେ ୪୭ ଓ ୨ଟି ଗ୍ଲକ୍ ପିସ୍ତଲ ସମେତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ନିହତ ଆତଙ୍କବାଦୀମାନେ ପଞ୍ଜାବର ଗୁରୁଦାସପୁରରେ ଥିବା ଏକ ପୁଲିସ ପୋଷ୍ଟ ଉପରକୁ ଗ୍ରେନେଡ୍ ଓ ବୋମାମାଡ଼ କରିଥିଲେ। ଆତଙ୍କବାଦୀମାନେ ହେଲେ ଗୁରବିନ୍ଦର ସିଂହ, ବୀରେନ୍ଦ୍ର ସିଂହ ଓ ଜସ୍ମନପ୍ରୀତ ସିଂହ।
ପୁଲିସ ଏବଂ ଖଲିସ୍ତାନୀ କମାଣ୍ଡୋ ଫୋର୍ସ ଆତଙ୍କବାଦୀଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରର ଅନେକ ଫଟୋ ମଧ୍ୟ ସାମ୍ନାକୁ ଆସିଛି। ଆତଙ୍କବାଦୀମାନେ ପୁଲିସ କାର ଉପରକୁ ଗୁଳି ମଧ୍ୟ ଚଳାଇଛନ୍ତି। କାରରେ ଗୁଳି ଚିହ୍ନ ଦେଖିବାକୁ ମିଳୁଛି। ସେହିପରି ଘଟଣାସ୍ଥଳରୁ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି।
ସୂଚନାଯୋଗ୍ୟ, ଡିସେମ୍ବର ୧୯ରେ ପଞ୍ଜାବର ସୀମାନ୍ତ ସହର କଲାନୌରରେ ଗ୍ରେନେଡ୍ ଆକ୍ରମଣ ହୋଇଥିଲା। ଖାଲିସ୍ତାନ ଜିନ୍ଦାବାଦ ଫୋର୍ସ ସୋସିଆଲ ମିଡିଆରେ ଏକ ପୋଷ୍ଟ ପୋଷ୍ଟ କରି ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା। ପାଇ ଜସବିନ୍ଦର ସିଂ ବାଗି ଓରଫ ମନ୍ନୁ ଅଗୱାନ ଏହି ମାମଲାର କିଙ୍ଗପିନ୍ ବୋଲି କୁହାଯାଉଛି।
ଅଧିକ ପଢ଼ନ୍ତୁ: ଫୁଟପାଥ୍ରେ ଶୋଇଥିବା ୯ ଜଣଙ୍କୁ ଧକ୍କା ଦେଲା ଡମ୍ପର ଡ୍ରାଇଭର