ନୂଆଦିଲ୍ଲୀ: ବାଂଲାଦେଶ ଉପରେ ତ୍ରିପୁରାର ୨୦୦ କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ରହିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ମାଣିକ ସାହା ସୋମବାର ଏହାର ସୂଚନା ଦେଇ କହିଛନ୍ତି ଯେ, ପଡୋଶୀ ଦେଶକୁ ବିଜୁଳି ଯୋଗାଣ ବନ୍ଦ କରିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ । ଏନଟିପିସି ବିଦ୍ୟୁତ ବ୍ୟାପାର ନିଗମ ଲିମିଟେଡ ଜରିଆରେ ତ୍ରିପୁରା ରାଜ୍ୟ ବିଦ୍ୟୁତ ନିଗମ ଲିମିଟେଡ ପଡୋଶୀ ଦେଶକୁ ୬୦-୭୦ ମେଗାୱାଟ ବିଜୁଳି ଯୋଗାଇ ଦେଇଥାଏ । ଏଥିପାଇଁ ବାଂଲାଦେଶ ପାୱାର ଡେଭଲପମେଣ୍ଟ ବୋର୍ଡ ସହିତ ଏକ ରାଜିନାମା ସ୍ୱାକ୍ଷର ହୋଇଛି ।
ସାହା କହିଛନ୍ତି, ବାଂଲାଦେଶ ଆମକୁ ବିଜୁଳି ଯୋଗାଣ ପାଇଁ ପ୍ରାୟ ୨୦୦ କୋଟି ଟଙ୍କାର ବକେୟା ଅର୍ଥ ପୈଠ କରିବାର ଅଛି । ବକେୟା ରାଶି ଦିନକୁ ଦିନ ବଢିବାରେ ଲାଗିଛି । ଆମେ ଆଶା କରୁଛୁ ଯେ, ସେମାନେ ଶୀଘ୍ର ଅର୍ଥ ପୈଠ କରିବେ, ଯଦ୍ୱାରା ବିଜୁଳି ଯୋଗାଣ ଯେମିତି ପ୍ରଭାବିତ ନ ହୁଏ । ଯଦି ବାଂଲାଦେଶ ସରକାର ବକୈୟା ପୈଠ କରିବାରେ ବିଫଳ ହୁଏ ତେବେ କଣ ତ୍ରିପୁରା ସରକାର ବିଜୁଳି ଯୋଗାଣ ବନ୍ଦ କରି ଦେବେ । ଏହି ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମାଣିକ ସାହା କହିଛନ୍ତି, ଏ ଉପରେ ଏ ପର୍ଯ୍ୟନ୍ତ କୌଣସି ନିର୍ଣ୍ଣୟ ନିଆଯାଇ ନାହିଁ ।
ସେ କହିଛନ୍ତି ତ୍ରିପୁରାରେ ବିଜୁଳି ଉତ୍ପାଦନ ମେସିନ ସ୍ଥାପନା ପାଇଁ ଅନେକ ଉପକରଣ ବାଂଲାଦେଶର ଚଟ୍ଟଗାଓଁ ବନ୍ଦର ମାଧ୍ୟମରେ ଅଣା ଯାଇଥିଲା । ଏଥିପାଇଁ କୃତଜ୍ଞତା କାରଣରୁ ତ୍ରିପୁରା ସରକାର ଏକ ରାଜିନାମା ପରେ ବାଂଲାଦେଶକୁ ବିଜୁଳି ଯୋଗାଇ ଦେଉଛି । ଯଦି ବକୈୟା ରାଶି ପୈଠ କରା ନ ଯାଏ ତେବେ ବାଂଲାଦେଶକୁ କେତେ ଦିନ ବିଜୁଳି ଯୋଗାଣ ଜାରି ରଖାଯିବ ମାତ୍ର ମୋତେ ଏହା ଜଣା ନାହିଁ । ତ୍ରିପୁରା ୨୦୧୬ ମାର୍ଚ୍ଚରୁ ବାଂଲାଦେଶକୁ ବିଜୁଳି ଯୋଗାଣ ଆରମ୍ଭ କରିଥିଲା ।