Khabar Odisha:24/5/2023
ଆଜି ସକାଳୁ ମୋବାଇଲ ଓପନ କରୁ କରୁ ଦୁଇ ଦୁଖଃଦ ଖବର ଆସିଛି ଯେ, ପପୁଲାର ଟିଭି ଶୋ' 'ସାରାଭାଇ ଭର୍ସେସ ସାରାଭାଇ'ର ଅଭିନେତ୍ରୀ ବୈଭବୀ ଉପାଧ୍ୟାୟ ଓ "ଅନୁପମା" ର ଅଭିନେତା ନିତେଶ ପଣ୍ଡା ଆଉ ଏ ଦୁନିଆରେ ନାହାନ୍ତି। ଗତକାଲି ବିଳମ୍ବିତ ରାତିରେ ଅଭିନେତା ନିତେଶ ହୃଦଘାତରେ ପ୍ରାଣ ହରାଇଥିବାବେଳେ; ଏକ ମର୍ମନ୍ତୁଦ କାର ଦୁର୍ଘଟଣାରେ ବୈଭବୀଙ୍କ ମୃତ୍ୟୁ ଘଟିଛି। ଯାହାକୁ ଫ୍ୟାନମାନେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ଫ୍ୟାନମାନେ ଏ ଖବର ଶୁଣି ମର୍ମାହତ ହୋଇପଡ଼ିଛନ୍ତି। ମୃତ୍ୟୁ ବେଳକୁ ବୈଭବୀଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। ଫ୍ୟାନମାନେ ଜାଣିବାକୁ ଚାହୁଁଛନ୍ତି ବୈଭବୀଙ୍କ କାର ଦୁର୍ଘଟଣା କେଉଁଠି କେମିତି ହେଲା।
ଖବରମୁତାବକ, ବୈଭବୀ ହିମାଚଳପ୍ରଦେଶରେ ଥିଲେ। ସୋମବାର ସେ ତାଙ୍କ ବୟଫ୍ରେଣ୍ଡ ଜୟ ସୁରେଶ ଗାନ୍ଧିଙ୍କ ସହ ବୁଲିବାକୁ ବାହାରିଥିଲେ। ଦୁଇଜଣ ନିଜ ଫର୍ଚ୍ୟୁନର କାରରେ ଯାଇଥିଲେ। ଦୁଇଜଣ ବଞ୍ଜାରର ଏକ ଘାଟି ନିକଟକୁ ଯାଇଥିଲେ। ସେଠାରେ କିନ୍ତୁ ବୈଭବୀ ନିଜ କାରରେ ନିୟନ୍ତ୍ରଣ ହରାଇ ବସିଥିଲେ। ତାଙ୍କ କାର ପ୍ରାୟ ୫୦ ଫୁଟ ତଳ ଖାଇକୁ ଖସି ପଡ଼ିଥିଲା। ସ୍ଥାନୀୟ ଲୋକ ଗାଡ଼ି ଦୁର୍ଘଟଣାର ଭୟଙ୍କର ଶବ୍ଦ ଶୁଣି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୈଭବୀଙ୍କୁ କାରରୁ କାଢ଼ିଥିଲେ। କିନ୍ତୁ ସେତେବେଳକୁ ବୈଭବୀଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ବୟଫ୍ରେଣ୍ଡଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି। ସେ ଗୁରୁତର ଥିବାର ତାଙ୍କୁ ହସ୍ପିଟାଲକୁ ନିଆଯାଇଛି। ତେବେ ଦୁର୍ଘଟଣାସ୍ଥଳରେ ପୋଲିସ ତଦନ୍ତ ଜାରି ରଖିଛି। ବୈଭବୀଙ୍କ ଅନ୍ତିମସଂସ୍କାର ଆଜି ଅପରାହ୍ନରେ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।