ନୂଆଦିଲ୍ଲୀ, ଅଗଷ୍ଟ ୧୨ (ଖବର ଓଡ଼ିଶା): ଟିମ୍ ଇଣ୍ଡିଆର ୱିକେଟକିପର ବ୍ୟାଟର ଋଷଭ ପନ୍ତ ଖେଳ ବ୍ୟତୀତ ଅନ୍ୟ ପ୍ରସଙ୍ଗରେ ଅଧିକ ଚର୍ଚ୍ଚାକୁ ଆସୁଛନ୍ତି । ପନ୍ତଙ୍କ ନାଁ ପୂର୍ବରୁ ହିଁ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ସହିତ ଜଡ଼ିତ ରହିଛି ଏବଂ ଚର୍ଚ୍ଚାକୁ ଆସିଛି । ଏବେ ଅଭିନ୍ରେତୀ ସାମାଜିକ ଗଣମାଧ୍ୟମ ଜରିଆରେ ପନ୍ତଙ୍କୁ ଟାର୍ଗେଟ କରୁଛନ୍ତି । ଉର୍ବଶୀଙ୍କ ଏକ ସାକ୍ଷାତକାର ପରେ ପନ୍ତ ଓ ସେ ଜଣେ ଅନ୍ୟକୁ ଲଗାତାର ସାମାଜିକ ଗଣମାଧ୍ୟମରେ ବୟାନ ଦେଉଛନ୍ତି ।
ଉର୍ବଶୀ ରୌତେଲା ପୁଣି ଥରେ ଋଷଭ ପନ୍ତଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ, ଆରପି ତାଙ୍କୁ ଭେଟିବା ପାଇଁ ଅନେକ ଉଦ୍ୟମ କରିଛନ୍ତି । ଉର୍ବଶୀଙ୍କ କହିବା ଅନୁସାରେ ଋଷଭ ପନ୍ତ ତାଙ୍କୁ ୧୬ରୁ ୧୭ ଥର ମିସ୍ଡ କଲ ଦେଇଥିଲେ । ସେ ଯେତେେବେଳେ ବାରାଣସୀରୁ ଦିଲ୍ଲୀ ଶୁଟିଂଗ ପାଇଁ ଆସିଥିଲେ, ସେହି ସମୟରେ ମିଷ୍ଟର ଆରପି ମୋତେ ଭେଟିବାକୁ ଆସିଥିଲେ । ସେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ । କିନ୍ତୁ ମୁଁ ଶୋ’କୁ ଯାଇଥିଲି ଏବଂ ପରେ ଜାଣିବାକୁ ପାଇଥିଲି ଯେ, ମୋର ଫୋନକୁ ୧୬ରୁ ୧୭ ଥର ମିସ୍ଡ କଲ ଆସିଥିଲା । କିନ୍ତୁ ମୁଁ ପରେ କହିଥିଲି ଯେ, ଆପଣ ଯେତେବେଳେ ମୁମ୍ବାଇ ଆସିବେ, ସେହି ସମୟରେ ଦେଖା ହେବ ।
ଉର୍ବଶୀଙ୍କ ବୟାନ ପରେ ଋଷଭ ପନ୍ତ ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ ଇନଷ୍ଟା ପୋଷ୍ଟରେ କହିଛନ୍ତି ଯେ, କିଛି ଲୋକ ସାକ୍ଷାତକାରରେ ଖୁସି ପାଇଁ ମିଛ କୁହନ୍ତି । ସେ ଆହୁରି କହିଛନ୍ତି ଯେ, ମୋର ପଛରେ ପଡନ୍ତୁନି ଭଉଣୀ । ମିଛ କହିବାର ମଧ୍ୟ ଏକ ସୀମା ଥାଏ ।