ନୂଆଦିଲ୍ଲୀ: ଦିଲ୍ଲୀରେ ଆୟୋଜିତ 'ସଂସଦ ଚଲୋ' ମାର୍ଚ୍ଚକୁ ନେଇ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ, ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ହସ୍ପିଟାଲ ଭିତରୁ ଏକ ଚିଠି ଲେଖି ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୱାଙ୍ଗଚୁକ, କିଛି ସମୟ ପାଇଁ ମେଡିକାଲରୁ ବାହାରକୁ ଯିବା ପାଇଁ ହସ୍ପିଟାଲ ପ୍ରଶାସନକୁ ଅନୁମତି ମାଗିଛନ୍ତି।
ୱାଙ୍ଗଚୁକ ନିଜ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ବର୍ତ୍ତମାନ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବହୁତ ଭଲ ଅଛି ଏବଂ ଶରୀରର ସମସ୍ତ ମେଡିକାଲ ପାରାମିଟର ସ୍ୱାଭାବିକ ରହିଛି। ସେ ସମ୍ପୂର୍ଣ୍ଣ ସୁସ୍ଥ ଅନୁଭବ କରୁଥିବାରୁ, ଆଜି ହେବାକୁ ଥିବା ସଂସଦ ମାର୍ଚ୍ଚରେ ଭାଗ ନେବା ପାଇଁ ତାଙ୍କୁ କିଛି ସମୟର ଅନୁମତି ଦିଆଯାଉ ବୋଲି ସେ ଅନୁରୋଧ କରିଛନ୍ତି। ଏହି ସହଯୋଗ ପାଇଁ ସେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ନିକଟରେ କୃତଜ୍ଞ ରହିବେ ବୋଲି ମଧ୍ୟ କହିଛନ୍ତି।
ସମର୍ଥକଙ୍କ ସହ ଯୋଗାଯୋଗ
ଏହି ଚିଠି ମାଧ୍ୟମରେ ସେ ନିଜ ସମର୍ଥକ ଏବଂ ଆନ୍ଦୋଳନକାରୀମାନଙ୍କୁ ସାକ୍ଷାତ କରିବାକୁ ବ୍ୟାକୁଳ ଥିବା ସଙ୍କେତ ଦେଇଛନ୍ତି। ତାଙ୍କ ସମର୍ଥକଙ୍କ କହିବା ଅନୁଯାୟୀ, ୱାଙ୍ଗଚୁକ ହସ୍ପିଟାଲରେ ଥାଇ ମଧ୍ୟ କ୍ରମାଗତ ଭାବେ ବାହାରେ ଥିବା ଲୋକଙ୍କ ସହ ଯୋଗାଯୋଗ ରଖିବାକୁ ଚେଷ୍ଟା କରୁଛନ୍ତି। ତେବେ ତାଙ୍କର ଏହି ଅନୁରୋଧ ଉପରେ ସଫଦରଜଙ୍ଗ ହସ୍ପିଟାଲ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ବା ନିଷ୍ପତ୍ତି ସାମ୍ନାକୁ ଆସିନାହିଁ।
Also Read: ‘ବନ୍ଦେ ମାତରମ୍’ର ଅପମାନ ପାଇଁ ତିନି ବର୍ଷ ଜେଲ୍ ଦଣ୍ଡ; ଆଜି ରାଜ୍ୟସଭାରେ ବିଲ୍ ଆଗତ