ମେ'୨୮ରେ ନୂଆ ସଂସଦ ଭବନରେ ସ୍ଥାପନ ହେବ ‘ରାଜଦଣ୍ଡ’
Khabar Odisha:Sengol-will--installed-in-the-new-Parliament-building-by-Prime-Minister-Narendra-Modi-on-May-28
Khabar Odisha:25/5/2023

ଆସନ୍ତା ୨୮ ତାରିଖରେ  ଉଦଘାଟନ ହେବାକୁ ଯାଉଛି ନୂଆ ସଂସଦ ଭବନ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ଭବନରେ କ୍ଷମତା ହସ୍ତାନ୍ତରଣର ପ୍ରତୀକ ‘ସେନଗୋଲ’ ବା 'ରାଜଦଣ୍ଡ' ସ୍ଥାପନ କରିବେ । 'ସେନଗୋଲ' ଚୋଳ ସାମ୍ରାଜ୍ୟର ପରମ୍ପରା । ସେତେବେଳେ  ଯିଏ ରାଜା ହେଉଥିଲେ, ତାଙ୍କୁ ରାଜଦଣ୍ଡ ଦିଆଯାଉଥିଲା । ତାମିଲ ଭାଷାରେ ଏହାର ଅର୍ଥ ‘ସମ୍ପଦାରୁ ସମ୍ପନ୍ନ’ ।

୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ 'ସେନଗୋଲ' ଗ୍ରହଣ କରିଥିଲେ । ସେତେବେଳେ ଏହାକୁ ତାମିଲନାଡୁରୁ ମଗାଯାଇଥିଲା । 'ସେନଗୋଲ' ବର୍ତ୍ତମାନ ପ୍ରୟାଗରାଜର ଏକ ସଂଗ୍ରହାଳୟରେ ରଖାଯାଇଛି । ଏବେ ଏହାକୁ ଦେଶ ସମ୍ନାନରେ ସଂସଦ ଭବନରେ ବାଚସ୍ପତିଙ୍କ ଆସନ ପାଖରେ ରଖିବା ଲାଗି ନିଷ୍ପତ୍ତି ହୋଇଥିବା ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ।

Subscribe

National International State Sports Entertainment