ଜାମ୍ମୁକାଶ୍ମୀରର ଶୋପିଆନ୍‌ରେ ସୁରକ୍ଷା ବାହିନୀ ପକ୍ଷରୁ ଏନକାଉଣ୍ଟର, ଦୁଇ ଆତଙ୍କବାଦୀ ନିହତ
Khabar Odisha:Security-forces-killed-2-militants-in-encounter-in-Shopian-Jammu-and-Kashmir
ଜମ୍ମୁକାଶ୍ମୀର, ଅକ୍ଟୋବର ୨୦ (ଖବର ଓଡ଼ିଶା):

ମଙ୍ଗଳବାର ଦିନ ଜାମ୍ମୁ କାଶ୍ମୀରର ଶୋପିଆନ୍‌ରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁଯାୟୀ ସୁରକ୍ଷା ବାହିନୀ ଗୁଳିରେ ଦୁଇ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଜାମ୍ମୁ କାଶ୍ମୀର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାନୁସାରେ ସେଠାରେ ବର୍ତ୍ତମାନ ସର୍ଚ୍ଚ ଅପରେସନ ଚାଲିଛି । ଏହାପୂର୍ବରୁ ସୋମବାର ଦିନ ମଧ୍ୟ ପୁଲୱାମା ଜିଲ୍ଲାର ସୁରକ୍ଷା ବାହିନୀର ମିଳିତ ଦଳ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ ଯେଉଁଥିରେ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ଜଣେ ଯବାନ ଆହତ ହୋଇଥିଲେ ।

  • Tags:

Subscribe

National International State Sports Entertainment