ଖବର ଓଡିଶା : 08/02/2023:
ବଦଳିବ ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌର ନାମ। ଲକ୍ଷ୍ନୌ ବଦଳରେ ରାଜଧାନୀର ନାମ ହୋଇପାରେ ଲକ୍ଷ୍ମଣପୁର। ଏନେଇ ୟୁପିର ବିଜେପି ସାଂସଦ ସଙ୍ଗମ ଲାଲ ଗୁପ୍ତା ମଙ୍ଗଳବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି। ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ନାମ ପରିବର୍ତ୍ତନ କରି `ଲକ୍ଷ୍ମଣପୁର' କରିବାକୁ ଅନୁରୋଧ କରିଛନ୍ତି ।
ତ୍ରେତାୟା ଯୁଗରେ ମର୍ଯ୍ୟାଦା ପୁରୋଷୋତ୍ତମ ରାମଙ୍କ ରାଜୁତି କାଳରେ ଏହି ସହର ସାନଭାଇ ଲକ୍ଷଣଙ୍କ ନାମରେ ନାମିତ ହୋଇଥିଲା। ପରେ ମୋଗଲ ଶାସନକାଳରେ ଏହାର ନାମ ପରିବର୍ତ୍ତନ କରିଦିଆଯାଇଥିଲା। ତେଣୁ ପୁଣିଥରେ ଲକ୍ଷ୍ନୌର ନାମ ପରିବର୍ତ୍ତନ କରାଯାଇ ଲକ୍ଷ୍ମଣପୁର କରାଯାଉ ବୋଲି ସେ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।