ବ୍ରିସବେନରେ ଭାରତର ଐତିହାସିକ ବିଜୟକୁ ନେଇ ଶୁଭକାମନା ଜଣାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
Khabar Odisha:Prime-Minister-Narendra-Modi-wished-India-a-historic-victory-in-Brisbane
ନୂଆଦିଲ୍ଲୀ, ଜାନୁଆରୀ ୧୯ (ଖବର ଓଡ଼ିଶା):

ବ୍ରିସବେନରେ ଐତିହାସିକ ଟେଷ୍ଟ ସିରିଜ୍ ଜିତିବା ପରେ ଟିମ୍ ଇଣ୍ଡିଆକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିମ୍ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦି ଟୁଇଟ୍ କରି କହିଛନ୍ତି, ଆମେ ସମସ୍ତେ ଅଷ୍ଟ୍ରେଲିଆରେ ଟିମ୍ ଇଣ୍ଡିଆର ଐତିହାସିକ ବିଜୟରେ ବହୁତ ଉତ୍ସାହିତ। ଟିମର ସବୁ ଖେଳାଳି ପୂରା ମ୍ୟାଚରେ ଜବରଦସ୍ତ ଜୋଶ ଓ ଉତ୍ସାହ ଦେଖାଇଛନ୍ତି। ସେମାନଙ୍କର ଦୃଢ଼ ଇଚ୍ଛା, ଧୈର୍ଯ୍ୟ ଓ ଦୃଢ଼ ସଂକଳ୍ପ ଦେଖିବା ଯୋଗ୍ୟ ଥିଲା। ଆପଣମାନଙ୍କୁ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଶୁଭକାମନା।

ସେହିପରି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜୟ ଶାହ, ଗୃହ ମନ୍ତ୍ରୀ ଅମିତ୍ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପୂର୍ବତନ କ୍ରିକେଟର୍ ତଥା ସାଂସଦ ଗୌତମ ଗମ୍ଭୀର, ବୀରେନ୍ଦ୍ର ସେହୱାଗ, କ୍ୟାପଟେନ୍ ବିରାଟ୍ କୋହଲି, କମେଣ୍ଟେଟର ହର୍ଷା ଭୋଗଲେ, ଭାରତୀୟ ମହିଳା ସୀମିତ ଓଭର ଟିମ୍ କ୍ୟାପଟେନ୍ ହରମନପ୍ରୀତ କୌର ମଧ୍ୟ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ ଜଣାଇଛନ୍ତି।

  • Tags:

Subscribe

National International State Sports Entertainment