ଟାଇମ୍ସ ପତ୍ରିକାରେ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ପ୍ରଧାନମନ୍ତ୍ରୀ ମୋଦୀ, ଅଭିନେତା ଆୟୁଷ୍ମାନ
Khabar Odisha:Prime-Minister-Modi-and-bollywood-actor-Ayushman-on-the-list-of-the-100-most-influential-people-in-the-world
ନୂଆଦିଲ୍ଲୀ, ସେପ୍ଟେମ୍ବର ୨୩ (ଖବର ଓଡ଼ିଶା):

ଆମେରିକାର ପ୍ରସିଦ୍ଧ 'ଟାଇମ୍ସ' ପତ୍ରିକାରେ ବିଶ୍ବର ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ଥାନ ପାଇଛନ୍ତି। ମୋଦୀଙ୍କୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହିତ ସାମିଲ କରାଯାଇଛି। ଏହି ସୂଚୀରେ ଭାରତୀୟଙ୍କ ଭିତରେ ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନା, ଗୁଗୁଲର ସିଇଓ ସୁନ୍ଦର ପିଚାଇ, ଏଚଆଇଭି ଉପରେ ରିସର୍ଚ୍ଚ କରୁଥିବା ରବିନ୍ଦ୍ର ଗୁପ୍ତା ଓ ଶାହୀନ ବାଗ୍ ଧାରଣାରେ ସାମିଲ ବିଲକିସଙ୍କ ନାଁ ମଧ୍ୟ ରହିଛି।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାବଦରେ ଲେଖାଯାଇଛି ଯେ, ଲୋକତନ୍ତ୍ର ପାଇଁ ସବୁଠାରୁ ଜରୁରୀ ସ୍ବତନ୍ତ୍ର ନିର୍ବାଚନ ନୁହେଁ। ଏଥରୁ କେବଳ ଏହା ଜଣାପଡିଥାଏ ଯେ, କାହାକୁ ଅଧିକ ଭୋଟ୍ ମିଳିଛି। ଭାରତ ୭ ଦଶକରୁ ଅଧିକ ସମୟ ବିଶ୍ବର ସବୁଠାରୁ ବଡ ଲୋକତନ୍ତ୍ର ଦେଶ ରହିଛି। ଭାରତର ୧୩୦ କୋଟି ଜନସଂଖ୍ୟାରେ ହିନ୍ଦୁ, ମୁସଲମାନ, ଶିଖ୍, ଇସାଇ, ବୌଦ୍ଧ, ଜୈନ ସହିତ ଅନ୍ୟ ଧର୍ମର ଲୋକ ରହିଛନ୍ତି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବ୍ୟତୀତ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗ, ତାଇଓ୍ବାନର ରାଷ୍ଟ୍ରପତି ସାଇ ଇଙ୍ଗ ଓ୍ବେନ୍, କମଳା ହାରିସ୍, ଜୋ ବାଇଡନ୍, ଜର୍ମାନ ଚାନସଲର ଆଞ୍ଜେଲା ମର୍କଲଙ୍କ ସହିତ ବିଶ୍ବର ବହୁ ନେତାଙ୍କର ନାମ ରହିଛି।

ବଲିଉଡ ଅଭିନେତା ଆୟୁଷ୍ମାନ ଖୁରାନ ଏହି ପତ୍ରିକାରେ ୧୦୦ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଭିତରେ ସ୍ଥାନ ପାଇଛନ୍ତି। ତାଙ୍କୁ ସୋସିଆଲ ମିଡିଆରେ ତାଙ୍କର ପ୍ରଶଂସକମାନେ ଖୁବ୍ ଅଭିନନ୍ଦନ ଦେବା ଆରମ୍ଭ କରିଛନ୍ତି। ଆୟୁଷ୍ମାନ ଖୁରାନା ଇନଷ୍ଟାଗ୍ରାମରେ ଏ ସମ୍ପର୍କରେ ଯେତେବେଳେ ସେୟାରେ କରିଥିଲେ ତାଙ୍କ ପୋଷ୍ଟ ଉପରେ ମାତ୍ର ୨ ଘଣ୍ଟାରେ ଲକ୍ଷାଧିକ ଲାଇକ୍ ମିଳିବା ସହ ଶୁଭେଚ୍ଛା ମିଳିଛି।

ଉଲ୍ଲେଖଯୋଗ୍ୟ, ଆୟୁଷ୍ମାନ ଖୁରାନାଙ୍କୁ ବଲିଉଡର ସବୁଠାରୁ ପ୍ରତିଭାବାନ୍ ଅଭିନେତା ବୋଲି କୁହାଯାଏ। ୨୦୧୨ରେ ସେ ଭିକି ଡୋନର ଫିଲ୍ମ ଯୋଗେ କ୍ୟାରିୟର ଆରମ୍ଭ କରିଥିଲେ। ଏହାପରେ ଲଗାତାର ଭାବରେ ହିଟ୍ ଫିଲ୍ମ ଦେବାରେ ଲାଗିଛି। ୨୦୧୯ରେ ଆସିଥିବା ୩ଟି ଫିଲ୍ମ ଆର୍ଟିକିଲ ୧୫, ଡ୍ରୀମ ଗର୍ଲ ଓ ବାଲା ଫିଲ୍ମକୁ ଖୁବ୍ ପ୍ରଶଂସା କରାଯାଇଥିଲା। ଲଗାତାର ହିଟ୍ ଫିଲ୍ମ କାରଣରୁ ଆୟୁଷ୍ମାନଙ୍କୁ 'ନ୍ୟାସନାଲ ଆଓ୍ବାର୍ଡ' ମଧ୍ୟ ମିଳିଥିଲା।

  • Tags:

Subscribe

National International State Sports Entertainment