ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଶନିବାର କହିଛନ୍ତି ଯେ ଆତଙ୍କବାଦର କର୍କଟ ଏବେ ପାକିସ୍ତାନର ରାଜନୈତିକ ବ୍ୟବସ୍ଥାକୁ ଖାଉଛି ଏବଂ ସୀମାପାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସମର୍ଥନ କରୁଥିବାରୁ ଏହା ଅଲଗା ହୋଇଯାଇଛି। ଜୟଶଙ୍କର କହିଛନ୍ତି ଯେ ଆତଙ୍କବାଦକୁ ସମର୍ଥନ କରିବା ପାଇଁ ପାକିସ୍ତାନ ନିଜର ଆଭିମୁଖ୍ୟ ତ୍ୟାଗ କରିବା ସମଗ୍ର ଉପମହାଦେଶର ମିଳିତ ସ୍ୱାର୍ଥରେ ଅଛି। ବୈଦେଶିକ ମନ୍ତ୍ରୀ ମୁମ୍ବାଇରେ ନାନି ପାଲଖିୱାଲା ସ୍ମାରକୀ ଭାଷଣକୁ ସମ୍ବୋଧିତ କରିବା ଅବସରରେ ଏହା କହିଛନ୍ତି।
ଜୟଶଙ୍କର କହିଛନ୍ତି, ସୀମାପାର ଆତଙ୍କବାଦକୁ ସମର୍ଥନ କରିବା କ୍ଷେତ୍ରରେ ପାକିସ୍ତାନ ଆମ ପଡ଼ୋଶୀ ଅଞ୍ଚଳରେ ଅଲଗା ରହିଛି। ଆତଙ୍କବାଦର ଏହି କର୍କଟ ଏବେ ନିଜର ରାଜନୈତିକ ବ୍ୟବସ୍ଥାକୁ ଖାଉଛି। ଭାରତର ପ୍ରଗତି ଯୋଗୁଁ ଅନ୍ୟ ଦେଶ ସହ ଏହାର ସମ୍ପର୍କ ସୁଦୃଢ଼ ହେଉଛି ବୋଲି ସେ ଉଲ୍ଲେଖ କରିଛନ୍ତି। ଅନେକ ଦେଶ ଭାରତ ସହ ନିଜର ଐତିହାସିକ ସମ୍ପର୍କକୁ ପୁନରୁଦ୍ଧାର କରିବାକୁ ଆଗ୍ରହୀ ବୋଲି ବୈଦେଶିକ ମନ୍ତ୍ରୀ ଉଲ୍ଲେଖ କରିଛନ୍ତି।
ବିଦେଶ ମନ୍ତ୍ରୀ କହିଛନ୍ତି ଯେ, ୩ଦଶନ୍ଧି ପୂର୍ବରୁ ସିଙ୍ଗାପୁରର ନେତୃତ୍ବରେ ଦକ୍ଷିଣ-ପୂର୍ବ ଏସିଆ ଏହି ରୁଚି ଦେଖାଇଥିଲା ଏବଂ ସେହି ସମୟରେ ପୂର୍ବ ନୀତି ନାମରେ ଜଣାଶୁଣା ନୀତିର ମୂଳଦୁଆ ପଡ଼ିଥିଲା। ବିଗତ ଦଶନ୍ଧିରେ ସଂଯୁକ୍ତ ଆରବ ଇମିରାତ ଉପକୂଳବର୍ତ୍ତୀ ଦେଶଗିଡ଼ିକ ତରଫରୁ ଗଭୀର ନେତୃତ୍ବ ନିଆଯାଇଛି। ଭାରତ ହେଉଛି ପ୍ରଭାବଶାଳୀ ରାଷ୍ଟ୍ର। ଭାରତ ଦ୍ରୁତଗତିରେ ବିକଶିତ ହେଉଛି। ଅନ୍ୟ ଦେଶକୁ ସହଯୋଗ କରୁଛି।