ନୂଆଦିଲ୍ଲୀ: ସଂସଦ ଭବନ ନିକଟରେ ହୋଇଥିବା ହିଂସା ଏବଂ ଉତ୍ତେଜନାପୂର୍ଣ୍ଣ ପ୍ରଦର୍ଶନକୁ ନେଇ ଦିଲ୍ଲୀ ପୋଲିସ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହି ଘଟଣାରେ ପୋଲିସ ପକ୍ଷରୁ ପ୍ରଥମ ଥର ପାଇଁ ଏଫ୍ଆଇଆର୍ ରୁଜୁ କରାଯାଇଛି, ଯେଉଁଥିରେ ଭାରତୀୟନ୍ୟାୟ ସଂହିତା (BNS) ର ୧୩ଟି ସାଙ୍ଘାତିକ ତଥା ଗମ୍ଭୀର ଧାରା ଲଗାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଏହି ଏଫ୍ଆଇଆର୍ରେ ହତ୍ୟା ଉଦ୍ୟମ, ସୁରକ୍ଷାକର୍ମୀଙ୍କ ଉପରେ ଆକ୍ରମଣ ଏବଂ ସରକାରୀ କାମରେ ବାଧା ସୃଷ୍ଟି ଭଳି ଅପରାଧିକ ଧାରାଗୁଡ଼ିକୁ ଯୋଡ଼ାଯାଇଛି। ପ୍ରଦର୍ଶନ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ସହ ବ୍ୟାପକ ଭଙ୍ଗାରୁଜା ହୋଇଥିଲା, ଯାହାକୁ ପ୍ରଶାସନ ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛି।
ଘଟଣାସ୍ଥଳର ସିସିଟିଭି ଫୁଟେଜ୍ ଏବଂ ଭିଡିଓ ଆଧାରରେ ହିଂସାକାଣ୍ଡରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। ଆଇନକୁ ହାତକୁ ନେଇଥିବା କୌଣସି ବି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ ଏବଂ ଆଗାମୀ ଦିନରେ ଏହି ମାମଲାରେ ଆହୁରି ବଡ଼ଧରଣର ଗିରଫଦାରୀ ହୋଇପାରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
Also Read: କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ରବନୀତ ସିଂ ବିଟ୍ଟୁଙ୍କ ଇସ୍ତଫା