ଦେଶର ରାଜଧାନୀ ଦିଲ୍ଲୀରେ ତାପମାତ୍ରା ବଢ଼ିବାରେ ଲାଗିଛି । ଆଉ ହନ୍ତସନ୍ତ ହେଉଛି ଜନଜୀବନ । ଅସହ୍ୟ ତାତିରେ ଜଣେ ୪୦ ବର୍ଷ ବ୍ୟକ୍ତିଙ୍କର ଅଂଶୁଘାତରେ ମୃତ୍ୟୁ ହୋଇଯାଇଛି ।
ସୂଚନା ଅନୁସାରେ, ବୁଧବାର ଦିଲ୍ଲୀର ଏକ ମେଡିକାଲରେ ବ୍ୟକ୍ତିଙ୍କର ମୁତ୍ୟୁ ହୋଇଛି । ସୋମବାର ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଶରୀରର ତାପମାତ୍ରା ହଠାତ ବଢିଯାଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ମୃତ ବ୍ୟକ୍ତିଙ୍କର ଘର ବିହାରରେ ବୋଲି ସୂଚନା ମିଳିଛି । ଦିନକୁ ଦିନ ଦିଲ୍ଲୀର ତାପମାତ୍ରା ରେକର୍ଡ ସୃଷ୍ଟି କରୁଛି ।