ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନୀରଜ ଚୋପ୍ରା ।ହଙ୍ଗେରୀର ରାଜଧାନୀ ବୁଡାପେଷ୍ଟ ଠାରେ ଆଥଲେଟିକ୍ସ ଚମ୍ପିଆନସିପ ୨୦୨୩ ଆୟୋଜିତ ହୋଇଯାଇଛି ।ଏଥିରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚମ୍ପିଆନସିପର ଫାଇନାଲରେ ନିଜର ସ୍ଥାନ ବଜାୟ ରଖିଛନ୍ତି । ସେ ୮୮.୭୭ ମିଟର ଦୂର ଯାଏଁ ଜାଭଲିନ ଫୋପାଡି ରେକର୍ଡ କରିଛନ୍ତି ।
ଏଥିସହ ସେ ଭାରତର ନାଁ କୁ ମଧ୍ୟ ଆଗକୁ ନେଇଛନ୍ତି ।ସେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ମନୋନୀତ ହୋଇଛନ୍ତି , ହେଲେ ଏପର୍ଯ୍ୟନ୍ତ ଭାରତ ଏହି ଚମ୍ପିଆନସିପରେ ଗୋଟିଏ ହେଲେ ବି ସ୍ୱର୍ଣ୍ଣ ପଦକ ଜିତିପାରିନାହିଁ । ଏବେ ସମସ୍ତଙ୍କ ନଜର ରହିଛି କେମିତି ନୀରଜ ସ୍ବର୍ଣ୍ଣ ପଦକ ଜିତିକି ଆଣିବେ ଭାରତ ପାଇଁ । ପୂର୍ବବର୍ଷ ନୀରଜ ଏହି ଟୁର୍ଣ୍ଣାମେଣ୍ଟରେ ରୌପ୍ୟପଦକ ଜିତିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୨୭ ତାରିଖରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି।
ଆଗକୁ ପଢନ୍ତୁ:- ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନସିପ ଫାଇନାଲରେ ଓଡ଼ିଆ ପୁଅ କିଶୋର