୪ ସୁଟକେସ୍, ପତ୍ନୀ ସହିତ ବିଦେଶ ଯାଉଥିଲେ ଜେଟ୍ ଏୟାରଓ୍ଵେଜର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋଏଲ, ବିମାନ ବନ୍ଦରରେ ରୋକାଗଲା
Khabar Odisha:National-odisha-naresh-goyal-travelling-from-mumbai-to-outside-india-restricted-from-leaving-the-country
ମୁମ୍ବାଇ,ମେ୨୫(ଖବର ଓଡ଼ିଶା):

ଋଣର ବୋଝଭାରରେ ଦବି ରହିବା କାରଣରୁ ବନ୍ଦ ପଡିଥିବା ଏୟାରଓ୍ଵେଜର ପୂର୍ବତନ ଅଧ୍ୟକ୍ଷ ନରେଶ ଗୋଏଲଙ୍କୁ ମୁମ୍ବାଇ ବିମାନ ବନ୍ଦରରେ ଇମିଗ୍ରେସନ ଅଥରିଟି ଅଟକାଇଛନ୍ତି। ସୂଚନା ମୁତାବକ ସେ ମୁମ୍ବାଇ ବିମାନବନ୍ଦରରୁ ପତ୍ନୀ ଅନୀତା ଗୋଏଲଙ୍କ ସହିତ ବିଦେଶ ଯାଉଥିଲେ। ଗୋଏଲଙ୍କ ପତ୍ନୀ ଅନୀତା ଗୋଏଲ ମଧ୍ୟ ଜେଟର ନିର୍ଦ୍ଦେଶକ ମଣ୍ଡଳରେ ଥିଲେ। ଉଲ୍ଲେଖଯୋଗ୍ୟ, ଜେଟ୍ ଏୟାରଓ୍ଵେଜ ଉପରେ ସଙ୍କଟ ପରେ ଅନେକ ବଡ଼ ଅଧିକାରୀ ଇସ୍ତଫା ଦେଇଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ, ଉଭୟ ପତି-ପତ୍ନୀ ଏମିରେଟ୍ସର ବିମାନ ସଂଖ୍ୟା ଇକେ ୫୦୭ରେ ଦୁବାଇ ଦେଇ ଲଣ୍ଡନ ଯିବାକୁ ଚାହୁଁଥିଲେ। ବିମାନ ଉଡାଣ କରିବା ପାଇଁ ଉଡାଣ ପଟି ଆଡକୁ ଯାଉଥିଲା, ସେହି ସମୟରେ ବିମାନକୁ ରୋକି ଦିଆଯାଇଥିଲା।

ଜେଟ୍ ଏୟାରଓ୍ଵେଜର ସୂତ୍ର ମୁତାବକ ଉଭୟ ଚାରୋଟି ବଡ଼ ସୁଟକେସ୍ ସହିତ ଯାତ୍ରା କରୁଥିଲେ। ସମସ୍ତ ସୁଟକେସ୍ ଅନୀତା ଗୋଏଲ ନାମରେ ଥିଲା। ଏହି ସବୁ ସୁଟକେସ ବିମାନରୁ ଓହ୍ଲାଇ ଦିଆଯାଇଛି, ଫଳରେ ବିମାନ ଉଡାଣରେ ଏକ ଘଣ୍ଟା ବିଳମ୍ବ ଘଟିଥିଲା। ଉଡାଣ ଅପରାହ୍ନ ୩ଟା ୩୫ ମିନିଟରେ ଭରିବାର ଥିଲା। ମାତ୍ର ଉଭୟଙ୍କୁ ଓହ୍ଲାଇବା ପରେ ବିମାନ  ସନ୍ଧ୍ୟା ୫ଟାରେ ଉଡାଣ କରିଥିଲା। 

ଗୋଏଲ ଦମ୍ପତିଙ୍କୁ ଦେଶରୁ ବାହାରକୁ ଯିବାକୁ ରୋକା ଯିବାର ସ୍ପଷ୍ଟ କାରଣ ଜଣା ପଡିନାହିଁ। ସୂତ୍ର ଅନୁସାରେ ନରେଶ ଗୋଏଲ ବନ୍ଦ ହୋଇଥିବା ଜେଟ୍ ଏୟାରଓ୍ଵେଜ କମ୍ପାନୀ ବିଷୟରେ ବିମାନ କମ୍ପାନୀ ଏତିହାଦ ଓ ହିନ୍ଦୁଜା ସମୂହର ଅଧିକାରୀଙ୍କ ସହିତ ବୈଠକରେ ଯୋଗ ଦେବାକୁ ଯାଉଥିଲେ। 

Subscribe

National International State Sports Entertainment