ଭାରତରେ ରହିଥିଲେ ନୋବେଲ ପୁରସ୍କାର ମିଳିନଥାନ୍ତା-ଅର୍ଥଶାସ୍ତ୍ରୀ ଅଭିଜିତ ବାନାର୍ଜୀ
Khabar Odisha:National-news-mit-professor-and-renowned-economist-abhijit-banerjee-nobel-prize-india-jaipur
ଜୟପୁର,ଜାନୁଆରୀ ୨୬ (ଖବର ଓଡ଼ିଶା) :

ନୋବେଲ ପୁରସ୍କାର ବିଜେତା ଅର୍ଥଶାସ୍ତ୍ରୀ ଅଭିଜିତ୍‌ ବାନାର୍ଜୀଙ୍କ କହିବା ଅନୁସାରେ ଯଦି ସେ ଭାରତରେ ରହିଥାନ୍ତେ ତେବେ ନୋବେଲ ପୁରସ୍କାର ଜିତିବାରେ ସକ୍ଷମ ହୋଇନଥାନ୍ତେ । ସେ କହିଛନ୍ତି, ଏପରି ନୁହେଁ ଯେ ଭାରତରେ ପ୍ରତିଭାର ଅଭାବ ରହିଛି, କିନ୍ତୁ ଏଠାରେ ଖାସ ପ୍ରକାର ପ୍ରଣାଳୀର ଆବଶ୍ୟକତା ରହିଛି । ଜୟପୁର ଲିଟେରୟର ଫେଷ୍ଟିଭାଲରେ ସେ ଏହି କଥା କହିଛନ୍ତି । 

ସେ କହିଛନ୍ତି  ଏମଆଇଟି (Massachusetts Institute of Technology)ରୁ ଅର୍ଥଶାସ୍ତ୍ରରେ ପିଏଚଡି କରିଥିବା ଅନେକ ଛାତ୍ର ଅଛନ୍ତି । ମୋତେ ଅନେକ କାମ ପାଇଁ ଶ୍ରେୟ ମିଳିଛି, କିନ୍ତୁ ତାହା ଅନ୍ୟଙ୍କ ଦ୍ୱାରା କରାଯାଇଛି । କେହି ଜଣ ବ୍ୟକ୍ତି ପାଇଁ ଏହା ହାସଲ କରିବା ସମ୍ଭବ ନୁହେଁ । 

ଦେଶର ରାଜନୈତିକ ସ୍ଥିତି ଉପରେ ଅଭିଜିତ ବାନାର୍ଜୀ କହିଛନ୍ତି ଭାରତକୁ ଏକ ଭଲ ବିରୋଧୀ ଦଳ ଦରକାର । କ୍ଷମତାରେ ଥିବା ଦଳକୁ ମଧ୍ୟ ଭଲ ବିରୋଧୀ ଦଳର ଆବଶ୍ୟକତା ରହିଥାଏ । ଖସୁଥିବା ଅର୍ଥବ୍ୟବସ୍ଥା ଉପରେ ଅଭିଜିତ କହିଛନ୍ତି ବର୍ତ୍ତମାନ ସମୟରେ ଏପରି ଲାଗୁନି ଯେ ଆମେ ଶୀଘ୍ର ଏହି ସମସ୍ୟାରୁ ମୁକୁଳି ପାରିବା । ଏଥିରେ ଏବେ ସମୟ ଲାଗିବ । 

Subscribe

National International State Sports Entertainment