ପିଏମ ମୋଦୀଙ୍କ ବିଜୟୀ ଟ୍ୱିଟ 2019ର ଗୋଲ୍ଡେନ ଟ୍ୱିଟ; #chandrayaan2 ବି ହିଟ
Khabar Odisha:National-news-Modis-winning-tweet-2019-golden-tweet--Chandrayaan-2-also-hits
ନୂଆଦିଲ୍ଲୀ, ଡିସେମ୍ବର ୧୦ (ଖବର ଓଡ଼ିଶା):

ଦେଶର 17 ତମ ଲୋକସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା #VijayiBharat ସହ କରାଯାଇଥିବା ଟ୍ୱିଟ ଚଳିତ ବର୍ଷର ସବୁଠାରୁ ଲୋକପ୍ରିୟ ଟ୍ୱିଟ ହୋଇଛି । ସେହିପରି ଅନ୍ୟ ହାସଟାଗ ମଧ୍ୟ ୟୁଜର୍ସଙ୍କ ମଧ୍ୟରେ ଲୋକପ୍ରିୟ ରହିଛି । ଯେଉଁଥିରେ #cwc19, #chandrayaan2, #loksabhaelection2019 #article370,  #bigil #ayodhyaverdict ସାମିଲ ରହିଛି । ଏହି ଟ୍ୱିଟ ଗୁଡିକ ଉପରେ ୟୁଜର୍ସଙ୍କ କଥାବର୍ତ୍ତା ଏବଂ ପାର୍ଟିସିପେସନ ସବୁଠାରୁ ଅଧିକ ରହିଛି । ଟ୍ୱିଟରରେ ମନୋରଞ୍ଜନ ସହ ଖେଳ ଦୁନିଆର ମଧ୍ୟ ଭଲ ପ୍ରଦର୍ଶନ ରହିଛି । ପରିଣାମ-ବିରାଟ କୋହଲି ଯେବେ ମହେନ୍ଦ୍ର ସିଂହ ଧୋନୀଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇଲେ ତାହା 2019 ମସିହାର ସବୁଠାରୁ ଅଧିକ ରି-ଟ୍ୱିଟ( 45ରୁ ଅଧିକ) ହୋଇଥିବା ଖେଳ ଟ୍ୱିଟ ହୋଇଛି ।  

ଟପ-5 ହାସଟାଗ: ଏହାସହ ସବୁଠାରୁ ଅଧିକ ଟ୍ୱିଟ ହୋଇଛି 

1 ଲୋକସଭା ନିର୍ବାଚନ 2019- 17ତମ ଲୋକସଭା ନିର୍ବାଚନ ଚର୍ଚ୍ଚାର ବିଷୟ ରହିଛି ।

2 ସିଡବ୍ଲୁସି-12ତମ କ୍ରିକେଟ ବିଶ୍ୱକପ ପଞ୍ଚମଥର ପାଇଁ ଇଂଲଣ୍ଡ ଏବଂ ୱେଲ୍ସରେ ହୋଇଥିଲା

3 ଚନ୍ଦ୍ରଯାନ-2-ଇସ୍ରୋର ଚନ୍ଦ୍ରଯାନ-2 ସାରା ଦୁନିଆକୁ ନିଜ ଆଡକୁ ଟାଣିଥିଲା । 

4 ପୁଲୱାମା- ଫେବ୍ରୁଆରୀ 14ରେ ସିଆରପିଏଫ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣ ସାରା ଦୁନିଆର ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ହୋଇଥିଲା ।

5 ଧାରା 370- ଜମ୍ମୁ କଶ୍ମୀରରୁ ଧାରା 370 ଉଚ୍ଛେଦ । ଏହା ବିତର୍କର ପ୍ରସଙ୍ଗ ହୋଇଥିଲା । 

ସବକା ସାଥ+ ସବକା ବିକାଶ+ସବକା ବିଶ୍ୱାସ = ବିଜୟୀ ଭାରତ ପିଏମ ମୋଦୀଙ୍କ ବିଜୟୀ ଟ୍ୱିଟକୁ 1.2 ଲକ୍ଷ ଲୋକ ରି-ଟ୍ୱିଟ କରିଥିଲେ, 4.2 ଲକ୍ଷ ଜଣ ଲାଇକ କରିଥିଲେ । 

ଖେଳ- ଆପଣ ବଡ ଭାଇ ଏବଂ ଅଧିନାୟକ ରହିବେ- ମହେନ୍ଦ୍ର ସିଂହ ଧୋନୀଙ୍କ 38ତନ ଜନ୍ମଦିନରେ ବିରାଟ କୋହଲି କରିଥିବା ଟ୍ୱିଟକୁ 45 ହଜାର ଜଣ ଲାଇକ କରିଥିଲେ । 4.12 ଲକ୍ଷ ଲୋକ ରି-ଟ୍ୱିଟ କରିଥିଲେ । 

ମନୋରଞ୍ଜନ- ତାମିଲ ଅଭିନେତା ବିଜୟଙ୍କ ଫିଲ୍ମ ବିଗିଲ ଅକ୍ଟୋବର 25 ତାରିଖରେ ରିଲିଜ ହୋଇଛି । ଏହା ପୂର୍ବରୁ ବିଜୟ ଏହି ଫିଲ୍ମର ପୋଷ୍ଟରକୁ ଟ୍ୱିଟ କରିଥିଲେ । ଏହାକୁ 98 ହଜାର ଜଣ ରି-ଟ୍ୱିଟ କରିଥିଲେ । 2.14 ଲକ୍ଷ ଜଣ ଲାଇକ କରିଥିଲେ । 

Subscribe

National International State Sports Entertainment