WHO ର ଚେତାବନୀ : ଭାରତରେ ଏଯାଏଁ କରୋନାକୁ ନେଇ ବିସ୍ଫୋରକ ସ୍ଥିତି ହୋଇନାହିଁ, ଆଗକୁ ରହିଛି ଅଧିକ ବିପଦ
Khabar Odisha:National-Corona-virus-is-not-exploded-in-India-but-risk-remains--WHO
ନୂଆଦିଲ୍ଲୀ, ଜୁନ ୬ (ଖବର ଓଡ଼ିଶା):

 ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜଣେ ବିଶେଷଜ୍ଞ ଭାରତକୁ ଚେତାବନୀ ଦେଇ କହିଛନ୍ତି ଲକ୍‌ଡାଉନ୍‌ ହଟିଲେ ଦେଶରେ ଉଦ୍‌ବେଗଜନକ ଭାବେ ବଢିପାରେ କରୋନା ଭାଇରସ । 

ବିଶ୍ଵ ସ୍ଵାସ୍ଥ୍ୟ ସଂଗଠନର ଜଣେ ବିଶେଷଜ୍ଞ ମିଶେଲ ରିୟାନ ଶୁକ୍ରବାର ଏକ ସମ୍ମିଳନୀ ରେ କହିଛନ୍ତି,  ଭାରତରେ କରୋନା ମହାମାରୀ ସ୍ଥିତି ଏବେ ବିସ୍ଫୋରକ ରୂପ ନେଇ ନାହିଁ। କିନ୍ତୁ ଦେଶରେ ଲକ୍‌ ଡାଉନ୍‌ରୁ ଅନଲକ୍ ଦିଗରେ ବଢୁଥିବାରୁ କରୋନା ସଂକ୍ରମଣ ବଢିବାର ବିପଦ ରହିଛି। ଡବ୍ଲ୍ୟୁଏଚଓର ସ୍ଵାସ୍ଥ୍ୟ ଜରୁରୀକାଳୀନ କାର୍ଯ୍ୟକ୍ରମର କାର୍ଯ୍ୟକାରୀ ନିର୍ଦ୍ଦେଶକ ମିଶେଲ ରିୟାନ ଏହା କହିଛନ୍ତି।

ଭାରତର ବିଭିନ୍ନ ଅଞ୍ଚଳରେ ମହାମାରୀର ପ୍ରଭାବ ଅଲଗା ଅଲଗା ରହିଛି। ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ମଧ୍ୟରେ ସ୍ଥିତିରେ ଫରକ ରହିଛି। ଦକ୍ଷିଣ ଏସିଆରେ କେବଳ ଭାରତ ନୁହେଁ ଅନ୍ୟ ଜନବହୁଳ ଦେଶ ବାଂଲାଦେଶ ଓ ପାକିସ୍ତାନରେ ମଧ୍ୟ ମହାମାରୀ ବିସ୍ଫୋରକର ରୂପ ନେଇ ନାହିଁ। କିନ୍ତୁ ଆଗକୁ ଏମିତି ସ୍ଥିତି ହେବା ବିପଦ ଲାଗି ରହିଛି।

ରିୟାନ ଆହୁରି କହିଛନ୍ତି,  ଭାରତରେ ଦେଶବ୍ୟାପୀ ଲକ୍‌ ଡାଉନ୍‌  ପଦକ୍ଷେପ ସଂକ୍ରମଣ ବ୍ୟାପିବାର କମ୍‌ କରି ଦେଇଛି। କିନ୍ତୁ ଦେଶରେ ପୁଣି ଗତିବିଧି ଆରମ୍ଭ ହେବା ସହିତ ବିପଦ ଲାଗି ରହିଛି।

ଲୋକଙ୍କ ଗମନାଗମନ ପୁଣି ଥରେ ଆରମ୍ଭ ହେବା ପରେ ମହାମାରୀର ପ୍ରକୋପ ଅଧିକ ହେବାର ବିପଦ ରହିଛି। 

ଭାରତ କୋଭିଡ୍-୧୯ ମହାମାରୀ ମାମଲାରେ ଇଟାଲୀକୁ ପଛରେ ପକାଇ ଦୁନିଆର ଷଷ୍ଠ ସବୁଠୁ ଅଧିକ ପ୍ରଭାବିତ ଦେଶରେ ପରିଣତ ହୋଇଛି। ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଆଜି ଦେଶରେ ଗୋଟିଏ ଦିନରେ ସର୍ବାଧିକ ମାମଲା ସାମ୍ନାକୁ ଆସିଛି। ୯,୮୮୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୨୯୪ ଜଣଙ୍କ  ପ୍ରାଣ ଯାଇଛି। ଦେଶରେ ଅଦ୍ୟାବଧି ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୩୬ ହଜାର ୬୫୭ ରହିଛି। ମହାମାରୀରେ ମୃତକଙ୍କ ସଂଖ୍ୟା ୬,୬୪୨ରେ ପହଞ୍ଚିଛି।

  • Tags:

Subscribe

National International State Sports Entertainment