ଭାରତରେ କରୋନାସ୍ଥିତି ଜଟିଳ : ଗତ ୨୪ ଘଣ୍ଟାରେ ୮୧୭୧ ଆକ୍ରାନ୍ତ ଚିହ୍ନଟ ସହ ୨୦୪ ଟି ଜୀବନ ନେଇଛି କରୋନା ଭାଇରସ
Khabar Odisha:National-1-98000-crossed-Corona-positive-in-India
ନୂଆଦିଲ୍ଲୀ, ଜୁନ ୨ (ଖବର ଓଡ଼ିଶା):

 ମହାମାରୀ କରୋନା ବିଶ୍ବରେ କାୟା ମେଲାଇଛି । ଭାରତରେ ମଧ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି । ଦେଶରେ  ଭୟଙ୍କର ଭାବେ ବୃଦ୍ଧି ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ପୁଣି ୮ ହଜାର ରୁ ଅଧିକ ମାମଲା ସାମନା କୁ ଆସୁଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୯୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୫ ହଜାର ୫ ଶହ ପାର ହେଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି। 

ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ସର୍ବାଧିକ ୮୧୭୧  ଟି ନୂଆ କରୋନା ଆକ୍ରାନ୍ତଙ୍କ ମାମଲା ସାମନାକୁ ଆସିଛି।  ଏହାସହ ୨୦୪ ଜଣ ପ୍ରାଣ ହରାଇଥିବା ଜଣାପଡ଼ିଛି । କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୧ ଲକ୍ଷ ୯୮  ହଜାର ୭୦୬ ରେ ପହଂଚିଛି ।  ଏପର୍ଯ୍ୟନ୍ତ ଭାରତରେ ୫ ହଜାର ୫୯୮ ଜଣଙ୍କ ମୃତ୍ୟୁ ଘଟିଛି । 

ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ୯୫ ,୫୨୭ ଜଣ ସୁସ୍ଥ ହୋଇଛନ୍ତି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୯୭,୫୮୧ ସକ୍ରିୟ ଅଛନ୍ତି।ଏବେ ୯୭ ହଜାର ୫୮୧ ଜଣ ଆକ୍ରାନ୍ତ ଦେଶର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । 

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ କରୋନା ଭାଇରସରେ ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ।ମହାରାଷ୍ଟ୍ରରେ ୭୦ ହଜାର ୧୩ ଜଣ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୨୩୬୨ ଜଣ ଜୀବନ ହରାଇଛନ୍ତି । ଗୁଜୁରାଟରେ ୧୦୬୩, ମଧ୍ୟପ୍ରଦେଶରେ ୩୫୮  ଓ ପଶ୍ଚିମବଙ୍ଗରେ ୩୦୨  ଜଣ ଲୋକ ଜୀବନ ହରାଇଛନ୍ତି । ସେହିପରି ରାଜସ୍ଥାନରେ ୧୮୪, ଦିଲ୍ଲୀରେ ୩୯୮ ଓ ତାମିଲନାଡୁରେ ୧୫୪ ଜଣ ଜୀବନ ହାରିଛନ୍ତି । 

ବିଶ୍ୱର ଆତଙ୍କ ସୃଷ୍ଟି କରିଥିବା ମହାମାରୀ କରୋନା ୨୧୩ ଦେଶକୁ ବ୍ୟାପି ଭୟଙ୍କର ରୂପ ନେଉଛି । କେନ୍ଦ୍ର ସରକାର କରୋନା ପାଇଁ ଅନେକ ସଚେତନତା ପାଇଁ ନିଆଯାଉଥିବା ପଦକ୍ଷେପ ସତ୍ୱେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢିବାରେ ଲାଗିଛି । ଆଜି ଲକ୍ ଡାଉନ୍ ୪.୦ ଶେଷ ହୋଇଥିବା ବେଳେ କିଛି ସ୍ଥାନରେ କୋହଳ କରାଯାଇଛି । କଣ୍ଟେନମେଣ୍ଟ ଜୋନରେ ଜୁନ୍ ୩୦ ଯାଏଁ ଲକ୍ ଡାଉନ୍ ବୃଦ୍ଧି କରାଯାଇଛି ।

  • Tags:

Subscribe

National International State Sports Entertainment