୧୪୨୭ ନକଲି ଶିକ୍ଷକଙ୍କ ଠାରୁ ୯୦୦ କୋଟି ଟଙ୍କା ଅସୁଲି କରିବେ ଯୋଗୀ ସରକାର!
Khabar Odisha:Nation-Yogi-Adityanath-government-will-recover-more-then-Rs-900-crore-and-terminated-services

ଲଖନଉ, ଜୁଲାଇ ୦୩ (ଖବର ଓଡ଼ିଶା): ଉତ୍ତର ପ୍ରଦେଶ ବେସିକ ଶିକ୍ଷା ବିଭାଗରେ ନକଲି ସାର୍ଟିଫିକେଟ ଦେଇ ଚାକିରି କରିଥିବା ୧୪୨୭ ଶିକ୍ଷକଙ୍କ ଠାରୁ ରାଜ୍ୟ ସରକାର ୯୦୦ କୋଟି ଟଙ୍କା ଆଦାୟ କରିବେ । ଏଥି ପାଇଁ ଉତ୍ତର ପ୍ରଦେଶ ସରକାର କଠୋର ଦେଖାଯାଇଛନ୍ତି । ସରକାର ସଂପୃକ୍ତ ନକଲି ଶିକ୍ଷକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି । 

ଅନାମିକା ଶୁକ୍ଲା ୨୪ଟି ଜିଲ୍ଲାରେ ଶିକ୍ଷକ ଦର୍ଶାଇ ଦରମା ନେଇଛନ୍ତି । ସେହିପରି ରାଜ୍ୟରେ ମୋଟ ୧୪୨୭ ଜଣ ନକଲି ଶିକ୍ଷକ ଧରାପଡ଼ିଛନ୍ତି । ଏଥିରେ ୯୩୦ ଜଣଙ୍କୁ ଚାକିରିରୁ ବାହାର କରିଦିଆଯାଇଛି । ଅପରପକ୍ଷେ ୪୯୭ ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ବେସିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଶିକ୍ଷା ଅଧିକାରୀଙ୍କୁ ନକଲି ଶିକ୍ଷକଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି, ସେ ସଂପର୍କରେ ତଥ୍ୟ ମାଗିଛନ୍ତି । 

କୁହାଯାଉଛି ଯେ, ଜୁଲାଇ ୩ ତାରିଖ ମଧ୍ୟରେ ତଥ୍ୟ ଆସିଯିବ । ଏହା ପରେ ପ୍ରମୁଖ ସଚିବ ବେସିକ ଶିକ୍ଷା କାର୍ଯ୍ୟାଳୟରେ ରିପୋର୍ଟ ପହଂଚିବା ପରେ ଟଙ୍କା ଅସୁଲି ହେବ । ଏହି ଭଳି ଭାବରେ ଜଣେ ଜଣେ ଶିକ୍ଷକଙ୍କ ଠାରୁ ପାଖାପାଖି ୬୦-୬୦ ଲକ୍ଷ ଟଙ୍କା ଅସୁଲି କରାଯିବ । ରାଜ୍ୟରେ ସ୍ୱତନ୍ତ୍ର ଟାକ୍ସ ଫୋର୍ସ ଆଗ୍ରାସ୍ଥିତ ଡ. ଭୀମରାଓ ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ନକଲି ଡିଗ୍ରୀ ମିଳିବା ପରେ ତଦନ୍ତରେ ଲାଗିପଡ଼ିଥିଲା । ଏଠାରେ ଏସଟିଏଫକୁ ପାଖାପାଖି ୬୦ ପ୍ରତିଶତ ନକଲି ଡିଗ୍ରୀ ସାର୍ଟିଫିକେଟ ମିଳିବା ପରେ ଘଟଣା ଚର୍ଚ୍ଚାକୁ ଆସିଥିଲା । ବହୁ ସଂଖ୍ୟାରେ ଲୋକେ ନକଲି ସାର୍ଟିଫିକେଟ ନେଇ ଶିକ୍ଷକତା ଆରମ୍ଭ କରି ଦେଇଥିଲେ । 

 

  • Tags:

Subscribe

National International State Sports Entertainment