ଉତ୍ତର ପ୍ରଦେଶ: ତିନି ତଲାକ ପୀଡ଼ିତାଙ୍କୁ ୬୦୦୦ ଟଙ୍କା ଲେଖାଏଁ ଭତ୍ତା ଦେବେ ଯୋଗୀ ସରକାର
Khabar Odisha:Nation-UP-Yogi-governments-4th-budget-will-be-presented-today-three-divorce-victims-will-get-help-of-Rs-6000

ଲଖନଉ, ଫେବୃଆରୀ ୧୮ (ଖବର ଓଡ଼ିଶା): ଉତ୍ତର ପ୍ରଦେଶର ଅର୍ଥମନ୍ତ୍ରୀ ସରେଶ କୁମାର ଖନ୍ନା ଆଜି ବିଧାନସଭାରେ ଯୋଗୀ ସରକାରଙ୍କ ଚତୁର୍ଥ ବଜେଟ ଉପସ୍ଥାପନ କରିବେ । ବଜେଟ ୫.୧୨ କୋଟି ଟଙ୍କା ରହିପାରେ । ଚଳିତ ଆର୍ଥିକ ବର୍ଷରେ ଜଜେଟ ୪.୭୯ କୋଟି ଟଙ୍କା ଅଛି, ଯାହାକି ଅନୁପୂରକ ସହିତ ବଢ଼ି ୪.୯୭ କୋଟି କରାଯାଇଛି । ଉତ୍ତର ପ୍ରଦେଶର ବଜେଟରେ ସବୁ ଧର୍ମର ପରିତ୍ୟକ୍ତ ମହିଳାଙ୍କ ପାଇଁ ଭତ୍ତା ବ୍ୟବସ୍ଥା କରାଯିବାର ଅନୁମାନ କରାଯାଉଛି । ରାଜ୍ୟ ସରକାର ଏଥି ପାଇଁ ବଜେଟରେ ୫୦୦ କୋଟି ଟଙ୍କାରୁ ଅଧିକ ଧନ ରାଶି ପ୍ରସ୍ତୁତ କରିଛି । ତିନି ତଲାକ ପୀଡ଼ିତାଙ୍କୁ ମାସିକ ୫୦୦ ଟଙ୍କା ଅର୍ଥାତ ବର୍ଷକୁ ୬୦୦୦ ଟଙ୍କା ଭତ୍ତା ଦେବାକୁ ଯୋଜନା ପ୍ରସ୍ତୁତ କରିଛି । 

ଯୋଗୀ ସରକାରଙ୍କ ଚତୁର୍ଥ ବଜେଟରେ ଯୁବ ଓ ଚାକିରୀକୁ ଗୁରୁତ୍ୱ ଦିଆଯିବ । ଆର୍ଥିକ ବର୍ଷ ୨୦୨୦-୨୧ରେ ଉତ୍ତର ପ୍ରଦେଶରେ ହାଇସ୍କୁଲ, ଇଣ୍ଟରମିଡିଏଟ ଓ ଗ୍ରାଜୁଏଶନ ପଢୁଥିବା ଯୁବଗୋଷ୍ଠୀ ପାଇଁ ଇଣ୍ଟରନଶିପ ବ୍ୟବସ୍ଥା ହେବ । ୬ ମାସରୁ ବର୍ଷ ଶେଷ ଯାଏଁ ୨୫୦୦ ଟଙ୍କା ମାସିକ ଏବଂ ଏହା ପରେ ପ୍ଲେସମେଣ୍ଟ ଦିଆଯିବାର ଯୋଜନା ରହିଛି । 

ରାଜ୍ୟ ସରକାର ଏହି ବଜେଟରେ ମହିଳାଙ୍କ ସୁରକ୍ଷାକୁ ମଧ୍ୟ ଗୁରୁତ୍ୱ ଦେବେ । ମହିଳା ସୁରକ୍ଷା ସହିତ ଜଡ଼ିତ ବିଭିନ୍ନ ଯୋଜନା ଆଣିବେ । ଏଥି ପାଇଁ ଗତ ବର୍ଷ ତୁଳନାରେ ୪୦ ପ୍ରତିଶତ ଅଧିକ ରାଶି ବ୍ୟୟବରାଦ କରିବେ । ମହିଳାଙ୍କ ମଙ୍ଗଳ ସହିତ ଯୋଜନା ଆସିବ । ସେହିପରି ସରକାର ସ୍ୱାସ୍ଥ୍ୟ, ଗମନାଗମନ, କୃଷି,ପଶୁପାଳନ ଓ ଶିଳ୍ପ ଆଦି କ୍ଷେତ୍ରର ବିକାଶ ପାଇଁ ବଜେଟରେ ଅଧିକ ରାଶିର ବ୍ୟବସ୍ଥା କରିପାରନ୍ତି । 

    

 

  • Tags:

Subscribe

National International State Sports Entertainment