୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ଟିକା ପାଇଁ ଖର୍ଚ୍ଚ ହେବ ୬୭,୧୯୩ କୋଟି ଟଙ୍କା!
Khabar Odisha:Nation-The-cost-of-vaccination-for-all-above-eighteen-years-of-age-67193-crore-036-percent-of-gdp-India-ratings

ନୂଆଦିଲ୍ଲୀ, ଏପ୍ରିଲ ୨୩ (ଖବର ଓଡ଼ିଶା): କୋଭିଡ-୧୯ ଲାଗି ଭାରତରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସର ନାଗରିକଙ୍କ ଟିକାକରଣରେ ୬୭,୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିରେ ମୋଟ ରାଜ୍ୟ ଗୁଡ଼ିକ ପାଇଁ ୪୬ ହଜାର ୩୨୩ କୋଟି ଟଙ୍କା ଖର୍ଚ୍ଚ ରହିଛି । ଇଣ୍ଡିଆ ରେଟିଙ୍ଗସ ଆଣ୍ଡ ରିସର୍ଚ୍ଚ ଗୁରୁବାର ଏହା କହିଛି । କୋଭିଡ-୧୯ର ୨ୟ ଲହର ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି । ଏଥି ପାଇଁ ସରକାର ଏବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ନାଗରିକମାନଙ୍କୁ ଟିକା ଦେବା ପାଇଁ ଚିନ୍ତା କରିଛନ୍ତି । ଆସନ୍ତା ମେ’ ୧ ତାରିଖ ଠାରୁ ଏହି ଟିକା ଦିଆଯିବ । 

ଇଣ୍ଡିଆ ରେଟିଙ୍ଗସ କହିବା ଅନୁସାରେ ଦେଶର ୧୩୩.୨୬ କୋଟି ଲୋକସଂଖ୍ୟା ମଧ୍ୟରୁ ୮୪.୧୯ କୋଟି ଲୋକ କରୋନା ଟିକା ନେବେ । ଏଥି ପାଇଁ ୬୭ ହଜାର ୧୯୩ କୋଟି ଟଙ୍କା ଖର୍ଚ୍ଚ ହେବ । ରାଜ୍ୟ ଓ କେନ୍ଦ୍ର ଶାସିତ ରାଜ୍ୟ ତଥା ଘରୋଇ ହସ୍ପିଟାଲକୁ ନିର୍ମାତାଙ୍କ ସହିତ ସିଧା ଅତିରିକ୍ତ କୋଭିଡ-୧୯ ଟିକା ଦେବାକୁ ଅନୁମତି ଦିଆଯାଇଛି । 

 

  • Tags:

Subscribe

National International State Sports Entertainment