ନୂଆଦିଲ୍ଲୀ, ଅଗଷ୍ଟ ୧୭ (ଖବର ଓଡ଼ିଶା): ରାଜସ୍ଥାନର ଜାଲୋରରେ ଜାତିଗତ ଭେଦଭାବ ଓ ଛୁଆଅଛୁଆକୁ ନେଇ ଘଟିଥିବା ଅଭାବନୀୟ ଘଟଣାର ନୂଆ ମୋଡ ନେଇଛି । ୯ ବର୍ଷର ଦଳିତ ଛାତ୍ରକୁ ସ୍କୁଲ ଶିକ୍ଷକ ନିସ୍ତୁକ ମାଡ଼ ମାରିଥିବା ଘଟଣା ନେଇ ଅନ୍ୟଶିକ୍ଷକ ଓ ଛାତ୍ରଛାତ୍ରୀମାନେ କହିଛନ୍ତି ଯେ, ସ୍କୁଲରେ ମାଠିଆ ନ ଥିଲା ।
ମୃତ ୩ୟ ଛାତ୍ର ଇନ୍ଦ୍ର କୁମାର ସହିତ ପଢ଼ୁଥିବା ରାଜେଶ କହିଛି ଯେ, ମୋ ସହିତ ଇନ୍ଦ୍ର କୁମାର ମେଘୱାଲର ଲଢ଼େଇ ହୋଇଥିଲା । ଛୈଳ ସାର ଏଥି ପାଇଁ ଉଭୟ ଇନ୍ଦ୍ର ଓ ମୋତେ ମାଡ଼ ମାରିଥିଲେ । ସେହିଦିନ ଠାରୁ ଇନ୍ଦ୍ର ଆଉ ସ୍କୁଲକୁ ଆସି ନଥିଲା । ମାଠିଆ ନେଇ ଗଣମାଧ୍ୟମକୁ ରାଜେଶ କହିଛି ଯେ, ସ୍କୁଲରେ ଆମେ ପାଇପରୁ ପାଣି ପିଇଥାଉ । ସ୍କୁଲ କର୍ମଚାରୀଙ୍କ କହିବା ଅନୁସାରେ ବିଦ୍ୟାଳୟରେ କୌଣସି ଭେଦଭାବ ନାହିଁ । ପୂରା କର୍ମଚାରୀ ଓ ପିଲାମାନେ ଟାଙ୍କିରୁ ପାଣି ପିଇଥାଉ । ମାଠଆ ନାହିଁ ।
ଅନ୍ୟପଟରେ ଏପର୍ଯ୍ୟନ୍ତ ଏହି ମାମଲାକୁ ଜାତଗତ ରଂଗ ଦିଆଯାଉଥିଲା । ପୂର୍ବରୁ ଅଭିଯୋଗ ହୋଇଥିଲା ଯେ, ମୃତ ଶିଶୁର ପରିବାର ଲୋକଙ୍କ କହିବା ଅନୁସାରେ ସ୍କୁଲର ଶିକ୍ଷକ ଛୈଳ ସିଂହ ଦଳିତ ଶିଶୁକୁ ମାଠିଆ ଛୁଇଁବାରୁ ମାଡ଼ ମାରିଥିଲେ । ପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, ପାଣିପାତ୍ରରୁ ପାଣିଇବାକୁ ନେଇ ଶିକ୍ଷକ ଜଣକ ଛାତ୍ରକୁ ନିସ୍ତୁକ ମାଡ଼ମାରିଥିଲେ ।
ସୂଚନାଯୋଗ୍ୟ, ଜାଲୋର ଜିଲ୍ଲଶ ସାୟଲା ଉପଖଣ୍ଡର ସୁରାଣା ଗାଁରେ ୯ ବର୍ଷୀୟ ଛାତ୍ର ସ୍କୁଲର ମାଠିଆରୁ ପାଣି ପିଇଥିଲା ନେଇ ଅଭିଯୋଗ ହୋଇଥିଲା । ଏଥିରେ ଶିକ୍ଷକ ଜଣକ ଉତ୍କ୍ଷୀପ୍ତ ହୋଇପଡ଼ିଥିଲେ । ସେ ଏମିତି ନିର୍ଧୁମ ମାଡ଼ ମାରିଥିଲେ ଯେ, ଛାତ୍ରର କାନନାଡି ଫାଟି ଯାଇଥିଲା । ଏହା ପରେ ଛାତ୍ରକୁ ଉଦୟପୁରସ୍ଥିତ ଡାକ୍ତରଖାନା ନିଆଯାଇଥିଲା । ପରେ ଅହମଦାବାଦ ପଠାଯାଇଥିଲା । କିନ୍ତୁ ଅହମଦାବାଦରେ ଶନିବାର ସନ୍ଧ୍ୟାରେ ଚିକିତ୍ସାଧୀନ ଅବସ୍ଥାରେ ଛାତ୍ରର ମୃତ୍ୟୁ ଘଟିଥିଲା ।