ତାମିଲନାଡୁରେ ପୋଙ୍ଗଲ ଉତ୍ସବ: ଚେନ୍ନାଇର ମନ୍ଦିରରେ ପୂଜା କଲେ ମୋହନ ଭାଗବତ
Khabar Odisha:Nation-RSS-chief-Mohan-Bhagwat-offered-prayers-at-Sri-Kadumbadi-Chinnamman-Temple-in-Ponniammanmedu-Chennai-today

ନୂଆଦିଲ୍ଲୀ, ଜାନୁଆରୀ ୧୪ (ଖବର ଓଡ଼ିଶା): ଆଜି ଦେଶବ୍ୟାପୀ ପର୍ବ ପାଳନ କରାଯାଉଛି । ଉତ୍ତର ଭାରତ ଓ ପୂର୍ବ ଭାରତରେ ମକର ସଂକ୍ରାନ୍ତି ପାଳନ ହେଉଥିବା ବେଳେ ଦକ୍ଷିଣ ଭାରତରେ ଆୟୋଜନ ହୋଇଛି ପବିତ୍ର ପୋଙ୍ଗଲ । ଦକ୍ଷିଣ ଭାରତରେ ଏହାରି ମଧ୍ୟରେ ପ୍ରସିଦ୍ଧ ଷଣ୍ଢ ଲଢ଼େଇ କାର୍ଯ୍ୟକ୍ରମ ‘ଜାଲିକାଟୁ’ ମଧ୍ୟ ହେବ । ପୋଙ୍ଗଲ ପର୍ବରେ ଚଳିତ ବର୍ଷ ରାଜନୈତିକ ଝଲକ ଦେଖିବାକୁ ମିଳିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ତାମିଲନାଡୁ ଗ୍ରସ୍ତରେ ଅଛନ୍ତି । ସେହିପରି ରାଷ୍ଟ୍ରୀୟ ସ୍ୱୟଂ ସେବକ ମୁଖ୍ୟ ମୋହନ ଭାଗବତ ତାମିଲନାଡୁର ରାଜଧାନୀ ଚେନ୍ନାଇ ପହଂଚି କାଦମ୍ବୁାଡି ଚିନ୍ନାମାନ ମନ୍ଦିରରେ ପୂଜା କରିଛନ୍ତି । ପୋଙ୍ଗଲ ଅବସରରେ ଶ୍ରୀ ଭାଗବତ ଗୋ-ପୂଜା କରିଛନ୍ତି । 

ଜେପି ନଡ୍ଡା ଆଜି ସନ୍ଧ୍ୟାରେ ଚେନ୍ନାଇରେ ଆୟୋଜିତ ହେବାକୁ ଥିବା କିଛି କାର୍ଯ୍ୟକ୍ରମରେ ଯୋଗଦେବେ । ଏବେ ଏଠାରେ ଏଆଇଡିଏମକେ ସରକାର ଅଛି । ରାଜ୍ୟ ସରକାର ଦ୍ୱାରା ପୋଙ୍ଗଲ ଅବସରରେ ଲୋକଙ୍କୁ ଉପହରା ଭାବେ ୨୫୦୦ ଟଙ୍କା, ଆଖୁ, ସାର୍ଟ, ଶାଢ଼ୀ ସମେତ ଅନ୍ୟ ଜିନିଷ ଉପହାର ଦିଆଯାଉଛି । 

ଚଳିତ ବର୍ଷ ତାମିଲନାଡୁରେ ବିଧାନସଭା ନିର୍ବାଚନ ହେବ । ଏହା ପୂର୍ବରୁ ରାଜନୈତିକ ଉଷ୍ଣତା ବଢ଼ିଛି । ବିଦେଶରୁ ଫେରିବା ପରେ ରାହୁଲ ଗାନ୍ଧୀ ଆଜି ତାମିଲନାଡୁରେ ରହିବେ । ଏଠାରେ ରାହୁଲ ଜାଲିକାଟୁ ଦେଖିବେ । କାର୍ଯ୍ୟକ୍ରମରେ ରାହୁଲ ରାଜନୈତିକ ବାର୍ତ୍ତା ମଧ୍ୟ ଦେଇପାରନ୍ତି । 

 

  • Tags:

Subscribe

National International State Sports Entertainment