ସଂଯୁକ୍ତ ରାଷ୍ଟ୍ର କାରଣରୁ ଆଜି ବିଶ୍ୱ ଏକ ଭଲ ସ୍ଥିତିରେ ଛିଡ଼ା ହୋଇଛି: ପ୍ରଧାନମନ୍ତ୍ରୀ ମୋଦୀ
Khabar Odisha:Nation-PM-Modi-addresses-a-high-level-meeting-of-the-united-nations-general-assembly-on-the-75th-anniversary-of-the-united-nations

ନୂଆଦିଲ୍ଲୀ, ସେପ୍ଟେମ୍ବର ୨୨ (ଖବର ଓଡ଼ିଶା): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂଯୁକ୍ତ ରାଷ୍ଟ୍ରର ୭୫ତମ ବାର୍ଷିକ ସମ୍ମିଳନୀ ଅବସରରେ ସୋମବାର ବିଳମ୍ବିତ ରାତି ୟୁଏନଜିଏର ଏକ ଉଚ୍ଚ  ସ୍ତରୀୟ ବୈଠକକୁ ସମ୍ବୋଧିତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ୭୫ ବର୍ଷ ପୂର୍ବରୁ ଯୁଦ୍ଧର ଭୟାବହତାରେ ଏକ ନୂତନ ଆଶା ଉତ୍ପନ୍ନ ହୋଇଥିଲା । ମାନବ ଇତିହାସରେ ପ୍ରଥମ ଥର, ପୂରା ବିଶ୍ୱ ଲାଗି ଗୋଟିଏ ସଂସ୍ଥା ଗଠନ ହୋଇଥିଲା । ସଂଯୁକ୍ତ ରାଷ୍ଟ୍ର ଚାର୍ଟର ପ୍ରତିଷ୍ଠାତା ଦସ୍ତଖତକର୍ତ୍ତା ଭାବେ ଭାରତ ଏହି ମହାନ ଦୃଷ୍ଟିକୋଣର ଅଂଶବିଶେଷ ଥିଲା । 

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଭାରତ ବସୁଧୈବ କୁଟୁମ୍ବକମ ଆଦର୍ଶକୁ ପ୍ରତିବିମ୍ବିତ କରିଛି, ଯାହାକି ବିଶ୍ୱକୁ ଏକ ପରିବାର ସୂତ୍ରରେ ବାନ୍ଧି ରଖିଛି । ମୋଦୀ କହିଛନ୍ତି ଯେ, ସଂଯୁକ୍ତ ରାଷ୍ଟ୍ର କାରଣରୁ ଆଜି ଆମର ବଶ୍ୱ ଏକ ମଜବୁତ ସ୍ଥିତିରେ ଅଛି । ଆମେ ସମସ୍ତେ ସେଇମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଦରକାର, ଯେଉଁମାନେ ଶାନ୍ତି ଓ ଉନ୍ନତି ପାଇଁ କାମ କରିଛନ୍ତି । ସଂଯୁକ୍ତ ରାଷ୍ଟ୍ର ସଂଗଠନରେ ଭାରତ ନିଜର ଗୁରୁଦାୟିତ୍ୱ ତୁଲାଇଛି । 

ଆଜି ଆମେ ଘୋଷଣା ଅଥିବା କାମ କରୁଛେ, ତାକୁ ସ୍ୱୀକାର କରାଯାଉଛି ବୋଲି ମୋଦୀ କହିଛନ୍ତି । ମାତ୍ର ସଂଘର୍ଷକୁ ରୋକିବା, ବିକାଶକୁ ସୁନିଶ୍ଚିତ କରିବା, ଜଳବାୟୁ ପରିବର୍ତ୍ତନ, ଅସମାନତା ଘଟଣା ଏବଂ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରୁ ଲାଭ ମିଳୁଛି । ଏହି ଦିଗରେ ଆହୁରି କାମ କରିବାର ଅଛି । ମୋଦୀ କହିଛନ୍ତି ଏହି ଘୋଷଣା ଓ କାର୍ଯ୍ୟ ଭାବେ ନିଜେ ଯୁକ୍ତ ରାଷ୍ଟ୍ରର ସଂଶୋଧନର ଆବଶ୍ୟକତା ଅଛି । ଆମେ ପୁରୁଣା ଭିତ୍ତିଭୂମି ସହିତ ଆଜିର ଚ୍ୟାଲେଞ୍ଜକୁ ନେଇ କାମ କରିବାର ଅଛି । 

 

  • Tags:

Subscribe

National International State Sports Entertainment